ଓଲଟିଲା ଗ୍ୟାସ୍ ବୋଝେଇ ଟ୍ରକ୍, ଡ୍ରାଇଭର ଆହତ

ଭୁବନେଶ୍ୱର : ନଖରା ଛକ ନିକଟରେ ଓଲଟିଲା ଗ୍ୟାସ୍ ବୋଝେଇ ଟ୍ରକ୍ । ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଆହତ ହୋଇଥିବାବେଳେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଯେ, ନଖରା ଛକ ନିକଟରେ ଭାରସାମ୍ୟ ହରାଇ ଗ୍ୟାସ୍ ବୋଝେଇ ଟ୍ରକ୍ ଟି ଓଲଟି ପଡିଛି । ଟ୍ରକ୍ ଟି ଓଲଟିପଡିବାରୁ ଟ୍ରକ୍ ଡ୍ରାଇଭର ଆହତ ହୋଇଛନ୍ତି । ଆହତ ଡ୍ରାଇଭରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ମଞ୍ଚେଶ୍ବର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।