ରେଳଷ୍ଟେସନରେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଉପରେ କଡା ନଜର
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଟ୍ରିପଲ ମ୍ୟୁଟେଂଟକୁ କଡା ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ରେଳଷ୍ଟେସନ୍ ରେ ଯାଂଚକୁ କଡାକଡି କରାଯାଇଛି । ଭୁବନେଶ୍ୱର ରେଳ ଷ୍ଟେସନରେ ବିଏମସି ସହ ସମନ୍ୱୟ ରକ୍ଷା କରି ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏବଂ ଯାତ୍ରୀଙ୍କ ଦୃଷ୍ଟିରୁ ଆବଶ୍ୟକୀୟ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଭୁବନେଶ୍ୱର ରେଳ ଷ୍ଟେସନର ଷ୍ଟେସନ ନିର୍ଦେଶକ ଚିତରଞ୍ଜନ ନାୟକ ।
ସେ କହିଛନ୍ତି ଯେ ପଶ୍ଚିମବଙ୍ଗରୁ ଭୁବନେଶ୍ୱର ଭାୟା ହୋଇ ତିରିଶଟି ଗାଡି ଯାତାୟାତ କରୁଛି । ସେଥିରୁ ୯ଟି ଟ୍ରେନରେ ପାଂଚରୁ ସାତ ହଜାର ଯାତ୍ରୀ ଭୁବନେଶ୍ୱର ଷ୍ଟେସନରୁ ଯିବା ଆସିବା କରୁଛନ୍ତି । ଛ ନମ୍ବର ପ୍ଲାଟଫର୍ମ ବନ୍ଦ ଥିବାବେଳେ ଏକ ନମ୍ବର ପ୍ଲାଟଫର୍ମ ଦେଇ ପ୍ରବେଶ ଓ ପ୍ରସ୍ଥାନ ହେଉଛି । ତେଣୁ ଉଭୟ ଫାଟକରେ ବିଏମସି ସ୍ୱତନ୍ତ୍ର ଟିମ ଓ ଆରପିଏଫ ନିୟୋଜିତ ଅଛନ୍ତି । କୌଣସି ପରିସ୍ଥିତିରେ କେହି ଖସି ଯିବାର ପ୍ରଶ୍ନ ଉଠୁନାହିଁ । ମୁଖ୍ୟତଃ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଉପରେ କଡା ନଜର ରହିଛି ଏବଂ ସେମାନଙ୍କ ନେଗେଟିଭ ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି ବୋଲି ସେ କହିଛନ୍ତି ।