ସୋମବାର ଠାରୁ ଗଡ଼ିବ ‘ମୋ ବସ୍’
![](https://thetruths.in/wp-content/uploads/2021/07/Mo-Bus.jpg)
- ଆଜିଠାରୁ ରେଳ ଷ୍ଟେସନ୍ ଏବଂ ଏୟାରପୋର୍ଟକୁ ଗଡ଼ିବ ‘ମୋ ବସ୍’
ଭୁବନେଶ୍ୱର : ରାଜ୍ୟରେ ଆଂଶିକ ଲକଡାଉନ୍ ଆସନ୍ତା ଅଗଷ୍ଟ ପହିଲା ଯାଏଁ ବୃଦ୍ଧି ପାଇଛି । ମହାମାରୀ କରୋନା ସଂକ୍ରମଣ କମିଥିବାରୁ ବିଭିନ୍ନ କଟକଣା କୋହଳ କରାଯାଇଛି। ଏହାରି ମଧ୍ୟରେ ସାରା ରାଜ୍ୟରେ ବସ ଚଳାଚଳ ପାଇଁ ଅନୁମତି ମିଳିଛି । ଏହାକୁ ନଜରରେ ରଖି ଆସନ୍ତା ସୋମବାର ଠାରୁ ‘ମୋ ବସ୍’ ସେବା ମଧ୍ୟ ଆରମ୍ଭ ହେବାକୁ ଯାଉଛି। ସେହିପରି ଶୁକ୍ରବାର ଠାରୁ ରେଳ ଷ୍ଟେସନ୍ ଏବଂ ଏୟାରପୋର୍ଟକୁ ‘ମୋ ବସ୍’ ଗଡ଼ିବ ବୋଲି ଟ୍ୱିଟ୍ କରି କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି ।
ଅନ୍ୟପକ୍ଷରେ ଘରୋଇ ବସ ମାଲିକମାନଙ୍କୁ ସରକାର ଆଶ୍ବସ୍ତି ଦେଇଛନ୍ତି। କୋଭିଡ ଯୋଗୁଁ କ୍ଷତିଗ୍ରସ୍ତ ବସ୍ ମାଲିକଙ୍କୁ ଟିକସ୍ ଛାଡ କରିଛନ୍ତି ପରିବହନ କମିଶନର । ଜୁଲାଇ ମାସର ମୋଟର ଯାନ ଟିକସ ଛାଡ଼ କଲେ ସରକାର। ପୂର୍ବରୁ ବସ୍ ଉପରୁ ୩ ମାସ ପାଇଁ ଟିକସ ଛାଡ଼ କରିଥିଲେ ରାଜ୍ୟ ସରକାର। ଏପ୍ରିଲ, ମେ, ଜୁନ୍ ମାସର ଟିକସ ଛାଡ଼ ହୋଇଥିଲା। ଶିକ୍ଷାନୁଷ୍ଠାନ ବସ୍ ଉପରୁ ମଧ୍ୟ ଟିକସ ଛାଡ଼ କରାଯାଇଛି।