ଏସ୍ଟିଏଫ୍ କବ୍ଜାରେ ଦୁଇ ବନ୍ଧୁକ ବେପାରୀ, ବିଭିନ୍ନ ମାରଣାସ୍ତ୍ର ଜବତ
ଭୁବନେଶ୍ୱର : ଏସଟିଏଫ କବଜାରେ ଦୁଇ ଅନ୍ତଃରାଜ୍ୟ ଚୋରା ବନ୍ଧୁକ ବେପାରୀ । ସେମାନଙ୍କ ନିକଟରୁ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି । ଖୋର୍ଦ୍ଧା ଜଙ୍କିଆରୁ ଦୁଇ ବେପାରୀ ବସନ୍ତ ମହାରଣା ଓ କୃଷ୍ଣଚନ୍ଦ୍ର ଶ୍ରୀଚନ୍ଦନକୁ ଗିରଫ କରାଯାଇଛି । ଉଭୟଙ୍କ ମଧ୍ୟରୁ ପୂର୍ବରୁ ଜଣେ ଗିରଫ ହୋଇଥିଲେ ବୋଲି ଜଣାଯାଇଛି। ତେବେ ଏହି ବନ୍ଧୁକ କାହା ପାଖକୁ ଅଣାଯାଉଥିଲା, କିଏ ଏହି ଡିଲ୍ରେ ସାମିଲ ଥିଲେ ସେ ନେଇ ପୋଲିସ ପକ୍ଷରୁ କିଛି ସୂଚନା ମିଳିନାହିଁ।
ସୂଚନା ଯେ, ବିଶେଷ ସୂତ୍ରରୁ ଖବର ପାଇ ଏସଟିଏଫ ଟିମ ଖୋର୍ଦ୍ଧା ଜଙ୍କିଆରେ ଚଢାଉ କରିଥିଲା । ଏହି ଚଢାଉରେ ଦୁଇ ଜଣ ବେପାରୀ ବନ୍ଧୁକ ବିକ୍ରି କରିବାକୁ ଆସିଥିବାବେଳେ ଏମାନଙ୍କୁ କାବୁ କରିବାରେ ସଫଳ ହୋଇଛି । ସେମାନଙ୍କ ନିକଟରୁ ୧୦ ଟି ବନ୍ଧୁକ, ୮ ଟି ଜୀବନ୍ତ ଗୁଳି, ଖାଲି କାଟ୍ରିଜ ଓ ମୋଟରସାଇକେଲ ଜବତ ହୋଇଛି । ଉଭୟଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଏହି ରାକେଟର ଚେର କେତେ ବାଟ ଲମ୍ବିଛି , ସେନେଇ ଖୋଲତାଡ଼ କରୁଛି ଏସଟିଏଫ୍ ।