ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା : ରେପୋ ଓ ରିଭର୍ସ ରେଟ୍ ଅପରିବର୍ତ୍ତିତ

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା । ଏଥର ରେପୋ ରେଟ୍ ଓ ରିଭର୍ସ ରେଟ୍ ଅପରିବର୍ତ୍ତିତ ରହିଛି । ରେପୋ ରେଟ୍ ୪ %ରେ ରିଭର୍ସ ରେପୋ ରେଟ୍ ୩.୩୫ % ଅପରିବର୍ତ୍ତିତ ରହିଛି । ଏହାସହ ୨୦୨୧-୨୨ ପାଇଁ ୧୦.୫ % ଜିଡିପି ବଢିବା ଅନୁମାନ କରାଯାଉଛି । ତେବେ ପୂର୍ବଭଳି ୪ % ସୁଧହାରରେ ଆରବିଆଇରୁ ଋଣ ନେଇପାରିବେ ବାଣିଜ୍ୟିକ ବ୍ୟାଙ୍କ । ସମୀକ୍ଷା ପରେ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ସେ କହିଛନ୍ତି କରୋନା କାଳରେ ଦେଶର ଅର୍ଥନୀତିରେ ସୁଧାର ଆସିଛି । ଯଦିଓ ବର୍ତ୍ତମାନ ସ୍ଥିତି ଗମ୍ଭୀର ଅଛି ତଥାପି ଚିନ୍ତାର କୌଣସି କାରଣ ନାହିଁ । ଦେଶ ବର୍ତ୍ତମାନ ସମସ୍ତ ପ୍ରକାର ପରିସ୍ଥିତିକୁ ସାମ୍ନା କରିବାରେ ସକ୍ଷମ ଅଛି । ଗତ ଫେବୃୟାରୀରେ ବାର୍ଷିକ ମୁଦ୍ରାନୀତି ସମୀକ୍ଷାରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିଥିଲେ ।
ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ମାର୍ଜିନାଲ ଷ୍ଟାଣ୍ଡିଂ ଫ୍ୟାସିଲିଟି (ଏମଏସଏଫ) ରେଟ୍ ପୂର୍ବପରି ୪.୨୫% ରହିଛି। ରିଭର୍ସ ରେପୋରେଟ୍ ୩.୩୫%ରେ ସ୍ଥିର ଅଛି। ଏହାସହିତ ବ୍ୟାଙ୍କ ରେଟ୍ରେ ବି କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହା ୪.୨୫% ରହିଛି। ଆରବିଆଇ ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ରେ ଦେଶର ଜିଡିପିରେ ୧୦.୫%କୁ ବୃଦ୍ଧି ପାଇବା ଅନୁମାନ ଲଗାଇଛି। ଗତ ବୈଠକରେ ମଧ୍ୟ ଜିଡିପିରେ ୧୦.୫% ବୃଦ୍ଧି ଆକଳନ କରାଯାଇଥିଲା। ଦାସ କହିଛନ୍ତି, କରୋନା ମହାମାରୀ ସତ୍ବେ ଅର୍ଥବ୍ୟବସ୍ଥାରେ ସୁଧାର ଆସୁଛି। କିନ୍ତୁ ବର୍ତ୍ତମାନ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ଏଥିରେ ସାମାନ୍ୟ ଅନିଶ୍ଚିତତା ସୃଷ୍ଟି ହୋଇଛି। ମାତ୍ର ଦେଶ ସବୁ ପ୍ରକାର ଚ୍ୟାଲେଞ୍ଜକୁ ସାମ୍ମା କରିବାକୁ ପ୍ରସ୍ତୁତ ରହିଛି।