ପଞ୍ଜାବରେ ନାଇଟ କର୍ଫ୍ୟୁ

ରାତି ୯ରୁ ସକାଳ ୫ ଯାଏଁ କଟକଣା
ଚଣ୍ଡୀଗଡ : ଦେଶରେ କରୋନାର ଦ୍ଵିତୀୟ ଲହରୀ ଜାରି ରହିଛି । ଉଗ୍ର ରୂପ ନେବାରେ ଲାଗିଛି ମହାମାରୀ ଭୂତାଣୁ । ଦୈନିକ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ବଢୁଥିବା ସଂକ୍ରମଣକୁ ଚେକ୍ ଦେବାକୁ ପଲ୍ଲୀରୁ ଦିଲ୍ଲୀ ସବୁଠି ପ୍ରତିବନ୍ଧକ ଲଗାଯାଇଛି । ଏପରିକି ଦିଲ୍ଲୀ ପରେ କରୋନା ଭୟାବହତାକୁ ଦେଖି ପଞ୍ଜାବରେ ମଧ୍ୟ ନାଇଟ କର୍ଫ୍ୟୁ ଲାଗୁ ହୋଇଛି । ରାତି ୯ରୁ ସକାଳ ୫ ଯାଏଁ ସବୁଠି ରହିବ ସଟରଡାଉନ୍ ।
ଏମିତିକି ଏଠାରେ ରାଜନୈତିକ ସଭା ସମିତି ଉପରେ ରୋକ୍ ଲଗାଇଛନ୍ତି ସରକାର । ଆସନ୍ତା ଏପ୍ରିଲ୍ ୩୦ ଯାଏଁ ଏହି କଟକଣା ବଳବତ୍ତର ରହିବ। ପୂର୍ବରୁ ଦିଲ୍ଲୀରେ ରାତି ୧୦ରୁ ସକାଳ ୫ ଯାଏଁ ରାତ୍ରକାଳୀନ କର୍ଫ୍ୟୁ ଘୋଷାଣା ହୋଇଛି । ଏହି ସମୟରେ ସ୍କୁଲ୍ କଲେଜ ବନ୍ଦ ରଖିବାକୁ ବି ନିର୍ଦ୍ଦେଶ ହୋଇଛି । ଆଗକୁ ୟୁପିରେ ମଧ୍ୟ ନାଇଟ କର୍ଫ୍ୟୁ ହେବାର ଅନୁମାନ କରାଯାଉଛି । ଭୂତାଣୁର କାୟା ବୃଦ୍ଧିପାଉଥିବାରୁ ଆହ୍ଲାବାଦ ହାଇକୋର୍ଟ କର୍ଫ୍ୟୁ ଘୋଷଣା କରିବାକୁ ସରକାରଙ୍କୁ ବିଚାର କରିବାକୁ କହିଛନ୍ତି । ତେବେ ଏହି ସବୁ ସ୍ଥାନରେ କୋଭିଡ୍ ଗାଇଡଲାଇନ୍ କଡାକଡି ପାଳନ କରିବାକୁ କୁହାଯାଉଛି ।