ବଦଳିଲେ ୩ ଜେଲ ସୁପରିଟେଣ୍ଡେଣ୍ଟ

ଭୁବନେଶ୍ୱର : କରୋନାକୁ ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ କରୋନା ମୁକାବିଲା ଭିତରେ ରାଜ୍ୟ ସରକାର ବିଭିନ୍ନ ପଦାଧିକାରୀଙ୍କ ବଦଳି ପ୍ରକ୍ରିୟା ଜାରି ରଖିଛନ୍ତି । ଗତ ବୁଧବାର ଆଇଏଏସସ୍ତରରେ ଅଦଳବଦଳ କରାଯାଇଥିବାବେଳେ ଗୁରୁବାର ୩ ଜେଲ ସୁପରିଟେଣ୍ଡେଣ୍ଟଙ୍କ ବଦଳି କରାଯାଇଛି । ଝାରପଡ଼ା, ପୁରୀ ଓ ବଲାଙ୍ଗିରର ଜେଲ ସୁପରିଟେଣ୍ଡେଣ୍ଟଙ୍କ ଅଦଳବଦଳ କରାଯାଇଛି ।
ତଦନୁଯାୟୀ ଝାରପଡ଼ା ଜେଲ ସୁପରିଟେଣ୍ଡେଣ୍ଟ ଧିରେନ୍ଦ୍ର ନାଥ ବାରିକଙ୍କୁ ବଲାଙ୍ଗିର ବଦଳି କରାଯାଇଛି । ସେହିପରି ପୁରୀ ଜେଲ ସୁପରିଟେଣ୍ଡେଣ୍ଟ ସରୋଜ କୁମାର ବିଶ୍ୱାଳଙ୍କୁ ଝାରପଡ଼ା ବଦଳି କରାଯାଇଛି । ଏହାଛଡ଼ା ବଲାଙ୍ଗୀର ଜେଲ ସୁପରିଟେଣ୍ଡେଣ୍ଟ ଉର୍ମିଳା ମିଞ୍ଜଙ୍କୁ ପୁରୀ ଜେଲକୁ ବଦଳି କରାଯାଇଥିବା ଜଣାଯାଇଛି ।