କୋଭିଡ ନିୟମ ଉଲ୍ଲଂଘନ : ଗତ ୨୪ ଘଣ୍ଟାରେ ୨୦,୪୭,୯୯୦ ଟଙ୍କା ଜରିମାନା ଆଦାୟ

ଭୁବନେଶ୍ୱର : ରାଜ୍ୟରେ ୧୨ ତାରିଖ ସକାଳ ଠାରୁ ୧୩ ତାରିଖ ସକାଳ ମଧ୍ୟରେ କୋଭିଡ ନିୟମ ଉଲ୍ଲଂଘନ ଘଟଣାରେ ଓଡ଼ିଶା ପୁଲିସ ୫ଟି ମାମଲା ରୁଜ୍ଜୁ କରିବା ସହିତ ୧୭ ଜଣଙ୍କୁ ଗିରଫ କରିଛି। ଏହି ସମୟ ମଧ୍ୟରେ ନିୟମ ନମାନି ବାହାରେ ବୁଲୁଥିବା ଅମାନିଙ୍କର ୧୬୩ଟି ଗାଡି ଜବତ କରାଯାଇଛି ଏବଂ ମୋଟ ୨୦ ଲକ୍ଷ ୪୭ ହଜାର ୯୯୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ସମସ୍ତେ କୋଭିଡ ନିୟମ ମାନିବାକୁ ଓଡ଼ିଶା ପୁଲିସ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି।