ଡିସେମ୍ବର ୧ରୁ ମହଙ୍ଗା ହେବ ରିଲାଏନ୍ସ ଜିଓର ରିଚାର୍ଜ ପ୍ଲାନ୍, ଜାଣନ୍ତୁ ନୂଆ ଦର
![](https://thetruths.in/wp-content/uploads/2021/11/Reliance-Jio-Price-Hike.jpg)
ମୁମ୍ବାଇ : ରିଲାଏନ୍ସ ଜିଓ ଏହାର ପ୍ରିପେଡ୍ ରିଚାର୍ଜ ପ୍ଲାନରେ ବୃଦ୍ଧି କରିବାକୁ ଘୋଷଣା କରିଛି । ଯାହା ଡିସେମ୍ବର ୧ ରୁ କାର୍ଯ୍ୟକାରୀ ହେବ । ପ୍ରିପେଡ୍ ଚାର୍ଜ ହାରରେ ଏହି ବୃଦ୍ଧି ସହିତ, ଜିଓ ପ୍ରିପେଡ୍ ରିଚାର୍ଜ ପ୍ଲାନରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିବ । ଉଭୟ ଏୟାରଟେଲ ଏବଂ ଭି ସେମାନଙ୍କ ପ୍ରିପେଡ୍ ଶୁଳ୍କ ଦରରେ ବୃଦ୍ଧି ଘୋଷଣା କରିବା ପରେ ଜିଓ ନିଜ ପ୍ରିପେଡ୍ ରିଚାର୍ଜ ପ୍ଲାନରେ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛି ।
କମ୍ପାନୀର ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଶୁଳ୍କ ଦରରେ ବୃଦ୍ଧି ଏକ ‘ସ୍ଥାୟୀ ଟେଲିକମ୍ ଶିଳ୍ପକୁ ଆହୁରି ମଜବୁତ କରିବା ପାଇଁ ପ୍ରତିବଦ୍ଧତା’ ଯୋଗୁଁ ହୋଇଛି । ‘ଏହି ପ୍ଲାନଗୁଡ଼ିକ ଶିଳ୍ପରେ ସର୍ବୋତ୍ତମ ମୂଲ୍ୟ ପ୍ରଦାନ କରିବ । ସର୍ବଭାରତୀୟ ସ୍ତରରେ ସର୍ବନିମ୍ନ ମୂଲ୍ୟରେ ସର୍ବୋତ୍ତମ ଗୁଣବତ୍ତା ସେବା ପ୍ରଦାନ କରିବାର ଜିଓର ପ୍ରତିଶ୍ରୁତି ଅନୁଯାୟୀ, ଜିଓ ଗ୍ରାହକମାନେ ସର୍ବ ବୃହତ ହିତାଧିକାରୀ ହୋଇ ରହିବେ । ସୂଚନା ଯେ, ଆସନ୍ତା ୧ ଡିସେମ୍ବରରୁ ୭୫ ଟଙ୍କା ଜିଓ ପ୍ଲାନ ପାଇଁ ୯୧ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ସେହିଭଳି ୧୨୯ ଟଙ୍କା ପ୍ଲାନ ପାଇଁ ୧୫୫ ଟଙ୍କା, ୧୪୯ ଟଙ୍କା ପ୍ଲାନ ପାଇଁ ୧୭୯ ଟଙ୍କା, ୧୯୯ ଟଙ୍କା ପ୍ଲାନ ପାଇଁ ୨୩୯ ଟଙ୍କା, ୨୪୯ ଟଙ୍କା ପ୍ଲାନ ପାଇଁ ୨୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏଥିସହ ୩୯୯ ଟଙ୍କା ପ୍ଲାନ ପାଇଁ ୪୭୯ ଟଙ୍କା, ୪୪୪ ଟଙ୍କା ପ୍ଲାନ ପାଇଁ ୫୩୩ ଟଙ୍କା, ୩୨୯ ଟଙ୍କା ପ୍ଲାନ ପାଇଁ ୩୯୫ ଟଙ୍କା, ୫୫୫ ଟଙ୍କା ପ୍ଲାନ ପାଇଁ ୬୬୬ ଟଙ୍କା, ୫୯୯ ଟଙ୍କା ପ୍ଲାନ ପାଇଁ ୭୧୯ ଟଙ୍କା, ୧,୨୯୯ ପ୍ଲାନ ପାଇଁ ୧୫୯୯ ଟଙ୍କା ଓ ୨,୩୯୯ ଟଙ୍କା ପ୍ଲାନ ପାଇଁ ୨,୮୭୯ ଟଙ୍କା ଦେବାକୁ ପଡିବ । ଜିଓ ଏହାର ଡାଟା ଟପ୍ ଅପ୍ ପାଇଁ ମଧ୍ୟ ଚାର୍ଜ ବଢ଼ାଉଛି ।