ଆମ ରୋଷେଇ- ”ପାଳଙ୍ଗ ପନିର”

ସାମଗ୍ରୀ :
ପନିର – ୧୦୦ ଗ୍ରାମ (cube)
ବଟର କିମ୍ବା ତେଲ – ୨ ଟେବୁଲ ଚାମଚ
ପାଳଙ୍ଗ ଶାଗ – ୧୦୦ ଗ୍ରାମ
ପିଆଜ ପେଷ୍ଟ – ୧/୨ କପ
ଅଦା ଓ ରସୁଣ ପେଷ୍ଟ – ୧ ଟେବୁଲ ଚାମଚ
ଟମାଟୋ ପ୍ୟୁରି କିମ୍ବା କଟା ଟମାଟୋ – ୧/୨ କପ
କଞ୍ଚା ଲଙ୍କା – ୨ଟି
କସୁରି ମେଥି – ୧/୨ ଚା’ ଚାମଚ
କ୍ରିମ – ୨ ଟେବୁଲ ଚାମଚ
ଲୁଣ – ସ୍ୱାଦ ଅନୁସାରେ
ଗୋଟା ଶୁଖିଲା ମସଲା
ଡାଲଚିନି – ୧ଇଞ୍ଚ
ଅଳେଇଚ – ୨ଟି
ଲବଙ୍ଗ – ୨ଟି
ଜିରା – ୧/୪ ଚାମଚ
ମସଲା ଗୁଣ୍ଡ ପାଇଁ
ଧନିଆ ଗୁଣ୍ଡ – ୧/୨ ଚା’ ଚାମଚ
ଜିରା ଗୁଣ୍ଡ – ୧/୪ ଚା’ ଚାମଚ
ଗରମ ମସଲା – ୧/୨ ଚା’ ଚାମଚ
ପ୍ରଣାଳୀ-
ଏକ ବଡ ପାତ୍ରରେ କଟା ପାଳଙ୍ଗ ଓ ପାଣି ନିଅନ୍ତୁ ଏବଂ ସେଥିରେ ଏକ ଚାମଚ ଭିନେଗାର ପକାଇ ୧୦ ମିନିଟ ପାଇଁ ଛାଡ଼ି ଦିଅନ୍ତୁ । ପରେ ପାଳଙ୍ଗ କୁ ଏଥିରୁ କାଢି ଓ ଏହାକୁ
ଭଲଭାବେ ଧୋଇ ଅଲଗା କାଢି ରଖନ୍ତୁ ।
ପ୍ୟାନ ରେ ଏକ ଚା’ ଚାମଚ ତେଲ ନେଇ ପନିରକୁ ୨ ରୁ ୩ ମିନିଟ ଭାଜି ରଖନ୍ତୁ।
ଏବେ ସେହି ପ୍ୟାନରେ କଞ୍ଚା ଲଙ୍କା ଓ ପାଳଙ୍ଗ ଶାଗ କୁ ଧିମା ଆଞ୍ଚରେ ଭାଜନ୍ତୁ । ଏହାକୁ ୩ ମିନିଟ ଯାଏ ଭାଜନ୍ତୁ ଯେମିତିକି ପାଳଙ୍ଗ ଶାଗ ହାଲକା ସିଝି ହୋଇ ଯିବ । ପରେ ଏହାକୁ ଥଣ୍ଡା କରିବାକୁ ଅଲଗା କାଢି ରଖନ୍ତୁ ।
ଏବେ ଏହାକୁ ଗ୍ରାଇଣ୍ଡିଙ୍ଗ କରି ପେଷ୍ଟ ପ୍ରସ୍ତୁତ କରିନିଅନ୍ତୁ ।
ପ୍ୟାନରେ ତେଲ କିମ୍ବା ବଟର ନେଇ ଗରମ କରନ୍ତୁ । ପରେ ଏଥିରେ ଅଳେଇଚ. ଡାଲଚିନି, ଜିରା ଓ ଲବଙ୍ଗ ପକାଇ ଭାଜନ୍ତୁ । ଯେତେବେଳେ ମସଲା ଫୁଟିବା ଆରମ୍ଭ କରିବ ସେତେବେଳେ ପିଆଜ ପେଷ୍ଟ ପକାନ୍ତୁ । ବାଦାମୀ ରଙ୍ଗ ଆସିବା ଯାଏ ଭାଜନ୍ତୁ ।
ପରେ ଏଥିରେ ଅଦା ଓ ରସୁଣ ପେଷ୍ଟ ପକାଇ ଗନ୍ଧ ଯିବା ଯାଏ ଭାଜନ୍ତୁ ।
ଏବେ ଏଥିରେ ଟମାଟୋ ପକାଇ ଓ ହାଲକା ଲୁଣ ଛିଂଚି ନରମ ହେବ ଯାଏ ଭାଜନ୍ତୁ ।
ପରେ ଗରମ ମସଲା, କସୁରି ମେଥି, ଜିରା ଗୁଣ୍ଡ ଓ ଧନିଆ ଗୁଣ୍ଡ ପକାଇ ମସଲାରେ ତେଲ ନଛାଡିବା ଯାଏ କସନ୍ତୁ ।
ଏବେ ଏଥିରେ ଅଧା କପ ପାଣି ଦେଇ ମସଲାକୁ ଭଲ ଭାବେ ଗୋଳାଇ ଦିଅନ୍ତୁ । ଗ୍ରେଭି ବହଳିଆ ହେବା ଯାଏ ଏହାକୁ କସନ୍ତୁ ।
ପରେ ଗ୍ୟାସର ଆଞ୍ଚକୁ ଧିମା କରି ପାଳଙ୍ଗ ପେଷ୍ଟ ପକାଇ ଭଲ ଭାବେ ଗୋଳାଇ ୨ ମିନିଟ ପାଇଁ ରାନ୍ଧନ୍ତୁ ।
ଏବେ ଏଥିରେ ପନିର ପକାଇ ୧ ମିନିଟ ପାଇଁ ରାନ୍ଧି ଗ୍ୟାସ ବନ୍ଦ କରିଦିଅନ୍ତୁ । ଏବେ ଏହାଉପରେ କ୍ରିମ ସଜାଇ ରୋଟୀ କିମ୍ବା ଭାତ ସହ ପରସନ୍ତୁ ।
ପାଳଙ୍ଗ ପନିର କେମିତି ଲାଗିଲା?
୧)ଭଲ, ୨)ବହୁତ ଭଲ
ଆମକୁ ନିଶ୍ଚିନ୍ତ ଜଣାନ୍ତୁ । ଭଲ ଲାଗିଲେ ଲାଇକ କରି ସାଙ୍ଗସାଥୀଙ୍କ ସହ ସେୟାର କରନ୍ତୁ ।