ଫୁଲ କୋବି ମଞ୍ଚୁରିଆନ୍

ସାମଗ୍ରୀ :
ଫୁଲ କୋବି – ୨୫୦ ଗ୍ରାମ
ମୈଦା – ୫ ଟେବୁଲ ଚାମଚ
କର୍ଣ ଫ୍ଲୋର – ୩ ଟେବୁଲ ଚାମଚ
ଲଙ୍କା ଗୁଣ୍ଡ – ୧ ଚା’ ଚାମଚ
ଗୋଲ ମରିଚ ଗୁଣ୍ଡ – ୧/୪ ଚା’ ଚାମଚ
ଲୁଣ – ସ୍ୱାଦ ଅନୁସାରେ
ତେଲ – ଭାଜିବା ପାଇଁ
ମଞ୍ଚୁରିଆନ୍ ସସ ପାଇଁ:
ଚୁନା କଟା ରସୁଣ – ୧ ଟେବୁଲ ଚାମଚ
ଚୁନା କଟା ଅଦା – ୧/୨ ଟେବୁଲ ଚାମଚ
କଟା କଞ୍ଚା ଲଙ୍କା – ୧ଟି
କଟା କ୍ୟାପ୍ସିକମ – ୧/୨ କପ
କଟା ପିଆଜ – ୧/୩ କପ
ସୋୟା ସସ – ୧ ଟେବୁଲ ଚାମଚ
ରେଡ଼ ଚିଲି ସସ – ୨ ଟେବୁଲ ଚାମଚ
ଭିନେଗାର – ୧/୨ ଟେବୁଲ ଚାମଚ
ଟମାଟୋ ସସ – ୧ଟବୁଲ ଚାମଚ
ଚିନି – ୧ ଚା ଚାମଚ ରୁ ଟିକେ ଅଳ୍ପ
ଲୁଣ – ସ୍ୱାଦ ଅନୁସାରେ
ପ୍ରଣାଳୀ-
କୋବି କୁ ମଧ୍ୟମ ସାଇଜର ଖଣ୍ଡ ଖଣ୍ଡ କରି କାଟି ରଖନ୍ତୁ । ଏହାକୁ ଗରମ ପାଣିରେ ୫ ମିନିଟ ପାଇଁ ଛାଡ଼ି ଦିଅନ୍ତୁ ।
ପରେ ଏହାକୁ ଛାଣି ସଫା କପଡ଼ାରେ ରଖିଦିଅନ୍ତୁ, ଯେମିତିକି କୋବିରେ ଲାଗିଥିବା ପାଣି ଶୁଖିଯିବ ।
ଏବେ ଏକ ପାତ୍ରରେ ମୈଦା, କର୍ଣ ଫ୍ଲୋର, ଲୁଣ, ଲଙ୍କା ଗୁଣ୍ଡ ଓ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବେ ଗୋଳାନ୍ତୁ । ମିଶ୍ରଣ ବହଳିଆ ହେବ ଯାଏ ଏଥିରେ ପାଣି
ଅଳ୍ପ ଅଳ୍ପ ଦେଇ ଗୋଳାନ୍ତୁ । ଏଥିରେ କୋବି ଖଣ୍ଡକୁ ପକାଇ ଗୋଳାନ୍ତୁ ।
ପ୍ୟାନ ବସାଇ ମଧ୍ୟମ ଆଞ୍ଚରେ ତେଲ ଗରମ କରନ୍ତୁ । ତେଲ ଗରମ ହୋଇଗଲେ କୋବି ଖଣ୍ଡ ଗୁଡିକୁ ପକାଇ ସୁନେଲି ରଙ୍ଗ ହେବ ଯାଏ ଭାଜି ଛାଣି ଆଣନ୍ତୁ ।
ପ୍ୟାନରେ ୧.୫ ଟେବୁଲ ଚାମଚ ତେଲ ପକାଇ ଗରମ କରନ୍ତୁ । ଏଥିରେ କଟା ଅଦା, ରସୁଣ ଓ ଲଙ୍କା ପକାଇ ୧ ରୁ ୨ ମିନିଟ ଯାଏ ରାନ୍ଧନ୍ତୁ । ବେଶୀ ଭଜିବେ
ନାହିଁ ନଚେତ ମଞ୍ଚୁରିଆନ୍ ପିତା ଲାଗି ପରେ ।
ଏବେ ଥିରେ ଚୁନା କଟା ପିଆଜ ଓ କ୍ୟାପ୍ସିକମ ପକାଇ ୧ରୁ ୨ ମିନିଟ ଯାଏ ଭାଜନ୍ତୁ ।
ପରେ ସୋୟା ସସ ପକାଇ ହାଲକା ଭାଜନ୍ତୁ । ଏଥିରେ ରେଡ଼ ଚିଲି ସସ, ଟମାଟୋ ସସ, ଭିନେଗାର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।
ଏବେ ଏଥିରେ ୩ ଟେବୁଲ ଚାମଚ ପାଣି ଦେଇ ଭଲଭାବେ ଗୋଳାନ୍ତୁ । ଏଥିରେ ଗୋଲ ମରିଚ ଗୁଣ୍ଡ ପକାନ୍ତୁ । ସସ ବହଳିଆ ହେବା ଯାଏ ମଧ୍ୟମ ଆଞ୍ଚରେ ରାନ୍ଧନ୍ତୁ ।
ପରେ ଆଞ୍ଚ ବନ୍ଦ କରି ସସ ର ସ୍ୱାଦ ଚାଖନ୍ତୁ । ଆବଶ୍ୟକ ପଡିଲେ ନିଜ ସ୍ୱାଦ ଅନୁସାରେ ଲୁଣ ଦେଇ ପାରନ୍ତି ।
ସସକୁ ୨ ରୁ ୩ ମିନିଟ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ ।
ପରେ ଏଥିରେ ଭଜା ହୋଇ ରଖିଥିବ କୋବି ଖଣ୍ଡକୁ ପକାଇ ଭଲଭାବରେ ଗୋଳାନ୍ତୁ ।
ଏବେ ଏହାକୁ ପ୍ଲେଟକୁ କାଢି ଭାତ କିମ୍ବା ରୋଟୀ ସହ ପରସନ୍ତୁ ।
ଫୁଲ କୋବି ମଞ୍ଚୁରିଆନ୍ କେମିତି ଲାଗିଲା?
୧) ଭଲ ୨)ବହୁତ ଭଲ