ଆମ ରୋଷେଇ- ”ଚିକେନ୍ ରୋଷ୍ଟ (କେରଳ ପ୍ରଣାଳୀ)”

ସାମଗ୍ରୀ :
ଚିକେନ୍ – ୧ କେ.ଜି.
ମାରିନେଟ ପାଇଁ :
ଲଙ୍କା ଗୁଣ୍ଡ – ୨ ଟେବୁଲ ଚାମଚ
ହଳଦୀ ଗୁଣ୍ଡ – ୧ ଟେବୁଲ ଚମଚ
ଲୁଣ – ସ୍ୱାଦ ଅନୁସାରେ (୧ ଟେବୁଲ ଚମଚ)
କଷା ପାଇଁ:
ପିଆଜ଼ – ୬ ଟି
ଭ୍ରୁସଙ୍ଗ ପତ୍ର -୮ – ୧୦ ଟି
କଞ୍ଚା ଲଙ୍କା – ୪ ଟି
ଅଦା ବଟା – ୧ ଟେବୁଲ ଚମଚ
ରସୁଣ ବଟା – ୧ ଟେବୁଲ ଚମଚ
ଲଙ୍କା ଗୁଣ୍ଡ – ୨ ଟେବୁଲ ଚାମଚ
ଧଣିଆ ଗୁଣ୍ଡ – ୩ .୫ ଟେବୁଲ ଚାମଚ
ପାନ ମହୁରୀ ଗୁଣ୍ଡ -୨ ଟେବୁଲ ଚାମଚ
ଗରମ ମସଲା – ୧ ଟେବୁଲ ଚାମଚ
ଟମାଟୋ – ୪ ଟି (ମଧ୍ୟମ )
ଧଣିଆ ପତ୍ର – ୧ କପ
ସୋରିଷ ତେଲ- ୩ ଟେବୁଲ ଚାମଚ
ସଜାଇବା ପାଇଁ :
ଘିଅ – ୧\୨ ଟେବୁଲ ଚାମଚ
ଧଣିଆ ପତ୍ର – ଅଳ୍ପ କିଛି
କାଜୁ – ୨ ଟେବୁଲ ଚାମଚ
ପ୍ରଣାଳୀ-
ପ୍ରଥମେ କାଜୁକୁ ଘିଅରେ ଭାଜି ନିଅନ୍ତୁ।
ଚିକେନ୍ କୁ ଭଲ ଭାବରେ ଧୋଇ ଏଥିରେ ଲଙ୍କା ଗୁଣ୍ଡ, ଲୁଣ ଓ ହଳଦୀ ଗୋଳାଇ ଅତି କମରେ ଘଣ୍ଟାଏ ଏକ ପାତ୍ରରେ ରଖନ୍ତୁ ।
କରେଇରେ ତେଲ ଗରମ କରନ୍ତୁ । ଏବେ ଭ୍ରୁସଙ୍ଗ ପତ୍ର, କଟା ପିଆଜ, କଞ୍ଚା ଲଙ୍କା ଓ କିଛି ଲୁଣ ପକାନ୍ତୁ ।
ଲୁଣ ପିଆଜରେ ଥିବା ଆର୍ଦ୍ରତା କୁ ଶୋଷି ନେଇ ଯାହା ଦ୍ୱାରା ପିଆଜକୁ ରାନ୍ଧିବାକୁ କମ ସମୟ ଲାଗେ ।
ପିଆଜ ଭାଜି ବାଦାମୀ ରଙ୍ଗ ହୋଇ ଆସିଲେ, ଅଦା ଓ ରସୁଣ ପେଷ୍ଟ ପକାଇ ଭଲ କରି ମିଶାନ୍ତୁ ।
ଲଙ୍କା ଗୁଣ୍ଡ, ଧଣିଆ ଗୁଣ୍ଡ, ପାନ ମହୁରୀ ଗୁଣ୍ଡ ଏବଂ ଗରମ ମସଲା ଗୁଣ୍ଡ ଭଲକରି ମିଶାଇ କସନ୍ତୁ । ଯଦି ତେଲ ଆବଶ୍ୟକ ପଡେ ଆବଶ୍ୟକ ଅନୁସାରେ ମିଶାନ୍ତୁ ।
ଏହାପରେ କଟା ବିଲାତି ପକାଇ କସନ୍ତୁ ।
ବିଲାତି ଭଲ ଭାବେ ରାନ୍ଧି ହୋଇଯିବା ପରେ, ଗ୍ରେଭୀ ରେ ନିଜ ସ୍ୱାଦ ଅନୁଯାୟୀ ଲୁଣ ବ୍ୟବହାର କରିପାରିବେ ।
ଏବେ ମାରିନେଟ୍ ହୋଇ ରହିଥିବା ଚିକେନ୍ ଖଣ୍ଡ ଗୁଡିକୁ ଏଥିରେ ମିଶାନ୍ତୁ । ପରେ କିଛି କଟା ଧଣିଆ ପତ୍ର ପକାନ୍ତୁ ।
ଗ୍ରେଭୀ ରୁ ପାଣି ନ ମରିବା ଯାଏ ଚିକେନ୍ କୁ ରାନ୍ଧନ୍ତୁ । ଆପଣ ଚାହିଁଲେ ନିଜ ପସନ୍ଦ ମୁତାବକ ଗ୍ରେଭୀ ରଖି ପାରିବେ ।
ଯଦି ଆପଣ ଡ୍ରାଏ ରୋଷ୍ଟ ଚାହୁଁଥାନ୍ତି ତେବେ ଏହାକୁ ଅଧିକ ସମୟ ରାନ୍ଧି ପାରନ୍ତି । ୧ ରୁ ୨ ଟେବୁଲ ଚାମଚ ତେଲ ବ୍ୟବହାର କରିପାରିବେ ଯଦି ଆବଶ୍ୟକ ପଡେ ।
ରନ୍ଧା ହୋଇ ସାରିବା ପରେ ଚିକେନ୍ ରୋଷ୍ଟ କୁ ଏକ ପାତ୍ରରେ ନେଇ ଏଥିରେ କଟା ଧଣିଆ ପତ୍ର ଓ ଭଜା କାଜୁ ସଜାଇ ପରସନ୍ତୁ ।