ଆମ ରୋଷେଇ- ”କଦଳୀ ଭଣ୍ଡା ତରକାରୀ”

ସାମଗ୍ରୀ :
କଦଳୀ ଭଣ୍ଡା – ୧ଟି
ଅଦା ଓ ରସୁଣ ପେଷ୍ଟ – ୫୦ ଗ୍ରାମ
ବିଲାତି – ୨ଟି (ବଡ଼)
ପିଆଜ – ୧ଟି ବଡ଼
ଚିନି – ୧ ଚା’ ଚାମଚ
ତେଜ ପତ୍ର – ୨ଟି
ଲଙ୍କା ଗୁଣ୍ଡ – ୧/୨ ଚା’ ଚାମଚ
ହଳଦୀ ଗୁଣ୍ଡ – ୧ ଚା’ ଚାମଚ
ଆଳୁ – ୧ଟି ବଡ଼
ତେଲ – ୨ ଟେବୁଲ ଚାମଚ
ଗରମ ମସଲା – ୧ ଚା’ ଚାମଚ
ଲୁଣ – ସ୍ୱାଦ ଅନୁସାରେ
ପ୍ରଣାଳୀ-
ପ୍ରଥମେ କଦଳୀ ଭଣ୍ଡାକୁ ଛଡାଇ ଓ ଭଲ ଭାବେ ଧୋଇ ଛୋଟ ଛୋଟ(୨-୩ ସେ.ମି.) କରି କାଟି ରଖନ୍ତୁ ।
ଏବେ ଏହାକୁ ହଳଦୀ ପାଣିରେ ଭିଯାନ୍ତୁ । କିଛି ସମୟ ପରେ ଏହାକୁ ଛାଣି ରଖନ୍ତୁ ।
ଆଳୁକୁ ଖଣ୍ଡ ଖଣ୍ଡ କରି କାଟି ରଖନ୍ତୁ । ଏବେ ଏହାକୁ ସିଝାଇ ଅଲଗା କାଢି ରଖନ୍ତୁ ।
ପ୍ୟାନରେ ୨ ଟେବୁଲ ଚାମଚ ତେଲ ନେଇ ଗରମ କରନ୍ତୁ ।
ଏବେ ଏଥିରେ ୧ ଚା’ ଚାମଚ ଚିନି, ୧ ଚା’ ଚାମଚ ହଳଦୀ ଗୁଣ୍ଡ ଓ ତେଜ ପତ୍ର ପକାନ୍ତୁ ।
ଯେତେବେଳେ ଚିନି ଭଲଭାବରେ ଚିନି ମିଳେଇ ହୋଇ ଯିବ ସେତେବେଳେ ଅଦା ଓ ରସୁଣ ପେଷ୍ଟ ପକାଇ ବାଦାମୀ ରଙ୍ଗ ଆସିବା ଯାଏ ଭାଜନ୍ତୁ ।
ଏବେ କଟା ପିଆଜ ଓ ବିଲାତି ପକାଇ ୫ ମିନିଟ ଯାଏ କଶନ୍ତୁ ।
ପରେ କଟା ହୋଇ ରହିଥିବା କଦଳୀ ଭଣ୍ଡା ଓ ଆଳୁକୁ ପକାଇ ଭଲଭାବରେ ମିଶାଇ ଦିଅନ୍ତୁ ।
ଏବେ ଲଙ୍କା ଗୁଣ୍ଡ, ଗରମ ମସଲା ଓ ଲୁଣ ପକାଇ ୫ ମିନିଟ ଯାଏ କଶନ୍ତୁ ।
ପରେ ୨୫୦ ମି.ଲି. ପାଣି ଦେଇ ଢାଙ୍କି ଦିଅନ୍ତୁ । ଏହାକୁ ୧୦ ମିନିଟ ଯାଏ ରାନ୍ଧନ୍ତୁ ।
ଏବେ ଏହାକୁ ଗରମ ଗରମ ପରସନ୍ତୁ ।