ଆମ ରୋଷେଇ- ‘କାକୁଡ଼ି ରାଇତା’

ସାମଗ୍ରୀ: ୨ ଟି କାକୁଡ଼ି, ୧ କପ୍ ଦହି, ୧ ଚାମଚ ଜୀରା, ୧ ଚାମଚ ଚାଟ୍ ମସଲା, ଅଧ ଚାମଚ ଲଙ୍କା ଗୁଣ୍ଡ, କିଛି କଳା ଲୁଣ ।
ପ୍ରଣାଳୀ: କାକୁଡ଼ିକୁ ଭଲ ଭାବେ କାଟି ଗ୍ରେଟ୍ କରି ନିଅନ୍ତୁ । ଏକ ପାତ୍ରରେ ଦହିକୁ ଭଲ ଭାବେ ଫେଣ୍ଟି ନିଅନ୍ତୁ । ଗ୍ରେଟ୍ ହୋଇଥିବା କାକୁଡ଼ିକୁ ଦହିରେ ମିଶାନ୍ତୁ । ଏଥରକ ଜୀରା ଗୁଣ୍ଡ, ଚାଟ୍ ମସଲା, ଲଙ୍କା ଗୁଣ୍ଡ, କଳା ଲୁଣ ମିଶାନ୍ତୁ । ପସନ୍ଦ ଅନୁସାରେ ଧନିଆ ପତ୍ର ବା ପୁଦିନା ପତ୍ର ପକାଇ ପରଷନ୍ତୁ ।