ପନିର ଭେଣ୍ଡି

ସାମଗ୍ରୀ: ଭେଣ୍ଡି ୨୫୦ ଗ୍ରାମ, ପନିର ୧୦୦ ଗ୍ରାମ, ଟମାଟୋସସ୍, ପିଆଜ ୩ଟା, ସୋୟାସସ୍, ଅଜିନୋମଟୋ, ଲଙ୍କା-୫ଟା, ଚିଲ୍ଲୀସସ୍, ଭିନେଗାର, ଲୁଣ, ହଳଦୀ, ରିଫାଇନ୍ ତେଲ ।
ପ୍ରସ୍ତୁତି: କରେଇରେ ୨ ଚାମଚ ତେଲ ଦେଇ କଟାଭେଣ୍ଡିକୁ ପକାଇ ଭାଜିବେ । କରେଇରେ ତେଲ ଦେଇ ପନିରକୁ ଭାଜନ୍ତୁ । ପୁଣି କରେଇରେ ତେଲ ଦେଇ କଞ୍ଚାଲଙ୍କା ପକାନ୍ତୁ । ଲଙ୍କା ଲାଲ ହେଲେ ପିଆଜ ପକାଇ ଭାଜନ୍ତୁ । ଅଧଚାମଚ, ଭିନେଗାର ପକାନ୍ତୁ । ଏଥର ପନିର ଓ ଭେଣ୍ଡିକୁ ସେଥିରେ ପକାଇ ହଳଦୀ, ଲୁଣ, ସୋୟା ସସ୍, ଟମାଟସସ୍, ଚିଲ୍ଲୀସସ୍, ଅଜିନୋମଟା ପକାଇ ଗୋଳାନ୍ତୁ ।