ଆମ ରୋଷେଇ – ‘କଞ୍ଚା କଦଳୀ ତରକାରୀ’

ସାମଗ୍ରୀ: କଞ୍ଚା କଦଳୀ ୨ଟା, ଲେମ୍ବୁରସ ୧ଚାମଚ, ଦହି ୧ ଟେବଲ ଚାମଚ, କଞ୍ଚା ଲଙ୍କା ୧ଟା (ଚୁନା ହୋଇଥିବା), ତେଲ ୧ ଚାମଚ, ଜୀରା ଅଳ୍ପ, ଭୃସଙ୍ଗପତ୍ର ଅଳ୍ପ, ଆରାରୁଟ ପାଉଡର ଅଧା ଚାମଚ, ଧନିଆପତ୍ର ଅଳ୍ପ ଓ ସ୍ୱାଦ ଅନୁସାରେ ଲୁଣ ।
ପ୍ରସ୍ତୁତି: କଦଳୀରୁ ଚୋପା ଛଡ଼ାଇ ଛୋଟଛୋଟ ଖଣ୍ଡରେ କାଟନ୍ତୁ । ଏକ ପାତ୍ରରେ ପାଣି ନେଇ ସେଥିରେ ଏକ ଚାମଚ ଲୁଣ ପକାଇ କଟା କଦଳୀଗୁଡ଼ିକୁ ସେଥିରେ ପକାନ୍ତୁ । ଆଉ ଏକ ପାତ୍ରରେପାଣି ଗରମ କରି ସେଥିରେ ଟିକେ ହଳଦୀ ଓ କଦଳୀଗୁଡ଼ିକୁ ପକାଇ ସାମାନ୍ୟ ସିଝାନ୍ତୁ । ଏହାପରେ ପାଣିରୁ ବାହାର କରି ଅଲଗା ରଖନ୍ତୁ । ଏଥର ସେଥିରେ ଦହି, ଲୁଣ ଓ ହଳଦୀ ମିଶାଇ ଭଲ କରି ଗୋଳାଇ ନିଅନ୍ତୁ । ଏକ ଫ୍ରାଇଂ ପ୍ୟାନ୍ରେ ତେଲ ଗରମ କରି ସେଥିରେ ଜୀରା ଓ ଭୃସଙ୍ଗ ପତ୍ର ପୁଟଣ କରନ୍ତୁ । ଏଥର ସେଥିରେ ଆଗରୁ ପ୍ରସ୍ତୁତ କରି ରଖିଥିବା କଦଳୀ ପକାଇ ଧୀରେ ଧୀରେ ଘାଣ୍ଟନ୍ତୁ । ଏହାପରେ ସେଥିରେ ଅଳ୍ପ ପାଣି ମିଶାଇ ଢାଙ୍କୁଣି ଦିଅନ୍ତୁ । ଆଞ୍ଚ କମାଇ ଅଳ୍ପ ସମୟ ରାନ୍ଧନ୍ତୁ । ଏହାପରେ ଢାଙ୍କୁଣି ଖୋଲି ଉପରେ ଲେମ୍ବୁ ରସ ଓ ଆରାରୁଟ୍ ପାଉଡର ଛିଞ୍ଚନ୍ତୁ । ଧୀରେ ଧୀରେ ଗୋଳାଇ ଦିଅନ୍ତୁ । ଉପରେ ଧନିଆପତ୍ର ପକାଇ ରୁଟି ସହିତ ପରିବେଷଣ କରନ୍ତୁ ।