ଆରସିବିକୁ ଝଟକା, ଚଳିତ ଆଇପିଏଲରୁ ଓହରିଲେ ଜାମ୍ପା ଓ ରିଚାର୍ଡସନ୍
ବାଙ୍ଗାଲୋର : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ଝଟ୍କା। ଦଳର ଲେଗ୍ ସ୍ପିନର୍ ଆଡାମ ଜାମ୍ପା ଓ ଦ୍ରୁତ ବୋଲର କେନ୍ ରିଚାର୍ଡସନ୍ ଚଳିତ ଆଇପିଏଲରୁ ଓହରି ଯାଇଛନ୍ତି । ଉଭୟ ବ୍ୟକ୍ତିଗତ କାରଣରୁ ଅଷ୍ଟ୍ରେଲିଆ ଫେରିଯିବାକୁ ନିଷ୍ପତ୍ତି ନେଇଛନ୍ତି । ଆରସିବି ଟ୍ୱିଟ୍ କରି ଏନେଇ ସୂଚନା ଦେଇଛି ।
ଆରସିବି ଟ୍ୱିଟ୍ କରି ଲେଖିଛି ଯେ, ଆଡାମ ଜାମ୍ପା ଓ କେନ୍ ରିଚାର୍ଡସନ୍ ବ୍ୟକ୍ତିଗତ କାରଣରୁ ଅଷ୍ଟ୍ରେଲିଆ ଫେରିଯାଇଛନ୍ତି । ସେମାନେ ଆଇପିଏଲ ୨୦୨୧ର ବାକି ଥିବା ମ୍ୟାଚ୍ ଗୁଡିକରେ ଅନୁପସ୍ଥିତ ରହିବେ । ଆରସିବି ମ୍ୟାନେଜମେଣ୍ଟ ଉଭୟ ଖେଳାଳିଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇବା ସହ ଯଥା ସମ୍ଭବ ସମର୍ଥନ କରିବାକୁ ପ୍ରସ୍ତୁତ ରହିଛି । ୨୯ ବର୍ଷୀୟ ଲେଗ୍ ସ୍ପିନର୍ ଆଡାମା ଜାମ୍ପାଙ୍କୁ ଚଳିତ ସିଜିନରେ ଏବେସୁଦ୍ଧା ଗୋଟିଏ ହେଲେ ମ୍ୟାଚ୍ ଖେଳିବା ପାଇଁ ସୁଯୋଗ ମିଳିନଥିଲା । ଗତ ସିଜିନରେ ସେ ଆରସିବି ପାଇଁ ତିନୋଟି ମ୍ୟାଚ୍ ଖେଳିଥିଲେ । ଏହି ମ୍ୟାଚରୁ ସେ ୩ଟି ଓ୍ୱିକେଟ୍ ନେଇଥିଲେ । ଏହାପୂର୍ବରୁ ସେ ୨୦୧୬-୧୭ରେ ରାଇଜିଂ ପୁଣେ ସୁପରଜିଆଣ୍ଟ୍ ପାଇଁ ଖେଳୁଥିଲେ ।