ପରିତ୍ୟକ୍ତ କୂଅରୁ ବିରଳ ଚିତ୍ରା ହରିଣ ଉଦ୍ଧାର

ଆଠଗଡ଼ : ଖାଦ୍ୟ ଅନ୍ୱେଷଣରେ ଆସି ପରିତ୍ୟକ୍ତ କୂଅରେ ପଡିଗଲା ହରିଣ। ଆଠଗଡ଼ ବନଖଣ୍ଡ ଖୁଣୁଣ୍ଟି ଓରନ୍ଦା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ପରେ ଗ୍ରାମବାସୀ ଓ ବନ ବିଭାଗର ମିଳିତ ଉଦ୍ୟମରେ ହରିଣଟିକୁ ଉଦ୍ଧାର କରାଯାଇଛି ।
ସୂଚନା ଯେ, ଖାଦ୍ୟ ଓ ପାନୀୟ ଜଳ ଅନ୍ୱେଷଣରେ ଆସି ହରିଣଟି କୂଅରେ ପଡିଯାଇଥିଲା । ଏନେଇ ସ୍ଥାନୀୟଲୋକ ହରିଣଟିକୁ ଦେଖି ବନବିଭାଗକୁ ଖବର ଦେଇଥିଲେ । ଏହାପରେ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟଲୋକଙ୍କ ଉଦ୍ୟମରେ ହରିଣଟିକୁ କୂଅରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ସନିଆ ମୁହିଁ ସଂରକ୍ଷିତ ଜଙ୍ଗଲରେ ଛଡାଯାଇଛି ।