ସ୍ଵର୍ଗତ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କ ଦେହାନ୍ତ
![](https://thetruths.in/wp-content/uploads/2021/05/Pranay-Maharathi.jpg)
ଭୁବନେଶ୍ୱର : ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କ ପରଲୋକ । ୬୪ବର୍ଷ ବୟସରେ ପ୍ରଣୟଙ୍କର ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି ।
ପ୍ରଣୟ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଛି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ରହିଥିଲେ । ରବିବାର ଦିନ ସକାଳୁ ତାଙ୍କର ମୃତ୍ୟୁ ହୋଇଯାଇଛି ବୋଲି ପ୍ରଣୟଙ୍କ ପୁଅ ଶାକ୍ୟ ପ୍ରତାପ ମହାରଥୀ ସୂଚନା ଦେଇଛନ୍ତି । ପୁରା ପରିବାରରେ ଦୁଃଖର କଳା ବାଦଲ ପଡ଼ିଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ବର୍ଷ ହୋଇଥିଲା । ସୂଚନା ଯେ, ସ୍ୱର୍ଗତ ପ୍ରଦୀପ ମହାରଥୀ ଗତବର୍ଷ କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଗତବର୍ଷ ଅକ୍ଟୋବର ୪ ତାରିଖରେ ବିଜୁ ଜନତା ଦଳର ବରିଷ୍ଠ ତଥା ୭ଥର ବିଧାୟକ ଓ ଦୁଇଥର ମନ୍ତ୍ରୀ ରହିଥିବା ରାଜନେତାଙ୍କ ଦେହାନ୍ତ ଘଟିଥିଲା ।