ଆଜି କଟକ ଓ ପୁରୀ ଜିଲ୍ଲାରେ ହେବ ଟିକାକରଣ
- କଟକରେ ୩ ଓ ପୁରୀରେ ୨୩ ଅଧିବେଶନ ଅନୁଷ୍ଠିତ ହେବ ଟିକାକରଣ
ଭୁବନେଶ୍ୱର : ଆଜି କଟକ ଓ ପୁରୀ ଜିଲ୍ଲାରେ ଟିକାକରଣ ଅନୁଷ୍ଠିତ ହେବ। କଟକରେ ୩ ଓ ପୁରୀରେ ୨୩ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହାସହ ସୋମବାର ରାଜ୍ୟରେ ସମୁଦାୟ ୭୩୨ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।
ସୂଚନା ଯେ, ଶନିବାର ରାଜ୍ୟରେ ୬୦୯ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ୧ଲକ୍ଷ ୫ହଜାର ୯୧୮ଜଣଙ୍କୁ କରୋନା ଟିକା ଦିଆଯାଇଛି। ୧୮-୪୪ବର୍ଗର ୬୫,୫୬୯ଜଣ ଟିକା ନେଇଥିବା ବେଳେ ୪୫ବର୍ଷରୁ ଅଧିକ ୩୨,୫୯୪ ପ୍ରଥମ ଓ ୫୫୭୮ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ରାଜ୍ୟରେ ସମୁଦାୟ ୭୬ଲକ୍ଷ ୫ହଜାର ୬୪୬ଜଣ କରୋନା ଟିକା ନେଇସାରିଲେଣି। ହିପରି ରାଜ୍ୟରେ ପଞ୍ଜୀକୃତ ହୋଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୯୮ପ୍ରତିଶତ ପ୍ରଥମ ଓ ୮୯ପ୍ରତିଶତ ଦ୍ବିତୀୟ ଡୋଜ୍ ନେଇଛନ୍ତି। ଆଗଧାଡ଼ିର ଯୋଦ୍ଧାଙ୍କ ଭିତରେ ୧୨୭ପ୍ରତିଶତ ପ୍ରଥମ ଓ ୯୬ ପ୍ରତିଶତ ଦ୍ବିତୀୟ ଡୋଜ୍ ନେଇ ସାରିଲେଣି।