ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ନୂଆ ନିର୍ଦ୍ଦେଶକ ଭାବେ ଯୋଗଦେଲେ ପ୍ରଭାତ ରଞ୍ଜନ ବେଉରିଆ

ଭୁବନେଶ୍ୱର : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ନୂଆ ନିର୍ଦେଶକ ଭାବେ ଯୋଗ ଦେଲେ ଡ. ପ୍ରଭାତ ରଞ୍ଜନ ବେଉରିଆ । ସେ ପୂର୍ବତନ ନିର୍ଦେଶକ ଭି.ପି.ରାଓଙ୍କଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।
ଏହାପୂର୍ବରୁ ସେ ଜମ୍ମୁ, ରାଞ୍ଚି ଏବଂ ଲେହ ବିମାନ କେନ୍ଦ୍ରରେ ନିର୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ପୂର୍ବରୁ ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦରର ସମ୍ପ୍ରସାରଣରେ ନିଜର ଭୂମିକା ତୁଲାଇଥିଲେ। କିଛି ଦିନ ଏନଏଚଏଆଇର ପ୍ରକଳ୍ପ ନିର୍ଦେଶକ ଭାବେ ଡେପୁଟେସନରେ ଆସି କାର୍ଯ୍ୟ କରୁଥିଲେ। ତାଙ୍କ ସମୟରେ ବହୁଦିନର ଅସମାପ୍ତ ସ୍ବର୍ଣ୍ଣ ଚତୁର୍ଭୁଜ ସଡ଼କ ଭୁବନେଶ୍ବରରୁ ଇଚ୍ଛାପୁର ପର୍ଯ୍ୟନ୍ତ ଫୋରଲେନ କାର୍ଯ୍ୟ ସମାପ୍ତ ହୋଇଥିଲା। ଶ୍ରୀ ବେଉରିଆ ଓଡ଼ିଆ ଭାଷାରେ ଜଣେ ଲେଖକ ଭାବରେ ମଧ୍ୟ ସୁପରିଚିତ। ତାଙ୍କ କ୍ଷୁଦ୍ରଗଳ୍ପ ସଂକଳନ ପଲ୍ଲାଶଫୁଲର ରଙ୍ଗ, ମାଟିର ସନ୍ୟାସୀ ପ୍ରକାଶିତ ହୋଇ ପାଠକ ମହଲରେ ଆଦୃତ ଲାଭ ହୋଇଛି।