ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଉ : କଂଗ୍ରେସ

- ଲୋକଙ୍କ ଜୀବନ ଆଗ, ଭୋଟ ପଛ
ଭୁବନେଶ୍ୱର : ଓଡ଼ିଶାରେ କରୋନାର କୋପ ବଢ଼ିବାରେ ଲାଗିଛି । ତେଣୁ ପିପିଲି ଉପନିର୍ବାଚନକୁ ସ୍ଥଗିତ କରାଯାଉ ବୋଲି କଂଗ୍ରେସ ଦାବି କରିଛି । ଏନେଇ ରାଜ୍ୟ କଂଗ୍ରେସର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହା ପୂର୍ବର୍ରୁ ପିସିସିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଅନେକ ବିଶେଷଜ୍ଞ ଓ ବୈଜ୍ଞାନିକମାନେ କହୁଛନ୍ତି କରୋନାର ପିକ୍ ମେ’ ମାସର ଦ୍ୱିତୀୟ ସପ୍ତାହରେ ଆସିବ । ଯଦି ସେହି ସମୟରେ ନିର୍ବାଚନ କରାଯାଏ, ତାହେଲେ ସ୍ଥିତି ଆହୁରି ଖରାପ ହୋଇଯିବ । କ’ଣ ମଣିଷ ଜୀବନର କିଛି ମୂଲ୍ୟ ନାହିଁ । ନିର୍ବାଚନ କମିଶନଙ୍କ ପାଇଁ ଭୋଟ୍ କଣ ଏବେ ଗୁରୁତ୍ୱପୂର୍ଣ୍ଣ । ଯେ ପର୍ଯ୍ୟନ୍ତ କେନ୍ଦ୍ର ଓ ରାଜ୍ୟ ସରକାର କରୋନାକୁ ନିୟନ୍ତ୍ରଣ କରିନାହାନ୍ତି , ସେ ଯାଏ ନିର୍ବାଚନକୁ ସ୍ଥଗିତ କରାଯାଉ ବୋଲି ଦଳ ଦାବି କରିଛି ।
ନିର୍ବାଚନ ହେଲେ ଓଡିଶାରେ ଦିଲ୍ଲୀ ମୁମ୍ବାଇ ପରି ସ୍ଥିତି ହୋଇପାରେ । କୋରନାରେ ପ୍ରଥମେ ପ୍ରଦୀପ ମହାରଥୀ ଓ ପରେ ଅଜିତ ମଙ୍ଗରାଜ ଙ୍କ ଦେହାନ୍ତ ହେଇଛି ।ଏବେ ନିର୍ବାଚନ ହେଲେ ପୁଣି ଆକ୍ରାନ୍ତ ଙ୍କ ସଂଖ୍ୟା ବଢିବାର ସମ୍ଭାବନା ଅଛି, ତେଣୁ ନିର୍ବାଚନ ତାରିଖ ଘୁଂଚାଯାଉ ବୋଲି ଅନୁରୋଧ କରିଛି କଂଗ୍ରେସ । ପ୍ରତିନିଧି ମଣ୍ଡଳୀରେ ସର୍ବଶ୍ରୀ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ପ୍ରାକ୍ତନମନ୍ତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ, ବରିଷ୍ଟ ଆଇନଜୀବୀ ତଥା କଂଗ୍ରେସ ନେତା ଶମ୍ଭୁନାଥ ପାଣିଗ୍ରାହୀ, ପ୍ରାକ୍ତନ ମୁଖପାତ୍ର ପଦ୍ମାକର ଗୁରୁ, ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ପ୍ରମୁଖ ସାମିଲ ଥିଲେ ।