ମେ ଦ୍ୱିତୀୟ ସପ୍ତାହରେ ସଂକ୍ରମଣ ପିକରେ ପହଂଚିବ !

ଭୁବନେଶ୍ୱର : ରାଜ୍ୟରେ ଏବେ କରୋନା ସଂକ୍ରମଣ ପ୍ଲାଟ ଫେଜ୍ ଚାଲିଥିବା ବେଳେ ମେ’ ଦ୍ୱିତୀୟ ସପ୍ତାହ ବେଳକୁ ଆସିପାରେ କରୋନା ପିକ୍ । ଆଇଆଇଟି କାନପୁରର ଗବେଷଣା ଅନୁସାରେ ମେ ମାସରେ ସର୍ବୋଚ୍ଚ ସ୍ତରରେ ସଂକ୍ରମଣ ପହଂଚିପାରେ । ଏହି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର । ତେବେ ରାଜ୍ୟରେ ଟେଷ୍ଟିଂ କମିନି କିମ୍ବା ଟେଷ୍ଟିଂ କିଟ୍ ର କୌଣସି ଅଭାବ ନାହିଁ । ଏବେ ଲୋକେ ନିଜେ ନିଜେ ଆସି ଟେଷ୍ଟିଂ କରାଉଛନ୍ତି ।
ଅପରପକ୍ଷରେ କିଛି ଲୋକ ରେମଡେସିଭିରକୁ ଘରେ ଅଯଥାରେ ମହଜୁଦ ରଖି କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି । ଏହି ଔଷଧ କରୋନା ପାଇଁ ଅବ୍ୟର୍ଥ ନୁହେଁ । ସରକାରୀ ସ୍ତରରେ ଦରକାର ମୁତାବକ ମେଡିସିନ ଅଛି । ବେଡର ମଧ୍ୟ ଅଭାବ ରହିବ ନାହିଁ । କାରଣ ୪ଟି ଲେଖାଏଁ ଜିଲ୍ଲାକୁ ନେଇ କ୍ଲଷ୍ଟର କରାଯାଉଛି । ସେହି ଜିଲ୍ଲା ଭିତରେ ରୋଗୀଙ୍କୁ ବେଡ୍ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ରୋଗୀ ଗୁରୁତର ନ ଥିଲେ ହସ୍ପିଟାଲ ବେଡ୍ ରେ ନ ରହି ଘରେ ରୁହନ୍ତୁ । ଏପରି ହେଲେ ପ୍ରକୃତରେ ଦରକାର ହେଉଥିବା ଲୋକଙ୍କୁ ହସ୍ପିଟାଲ ବେଡ୍ ମିଳିବନି । ଲୋକ ସତର୍କତା ଅବଲମ୍ବନ କଲେ ନିହାତି ଭାବେ ସଂକ୍ରମଣ ନିୟନ୍ତ୍ରଣକୁ ଆସିଯିବ । ବେଡ କ୍ଷମତାର ମାତ୍ର ୨୫ରୁ ୩୦ ପ୍ରତିଶତରେ ରୋଗୀ ଅଛନ୍ତି । ଅବଶିଷ୍ଟ ଖାଲି ପଡ଼ିଛି । ତେଣୁ ଚିନ୍ତା କରିବାର କିଛି ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।