ପିଞ୍ଜରାରେ ରୁହନ୍ତି ଲୋକ
ବିଶ୍ୱର ପ୍ରତ୍ୟେକ ଦେଶର ଲୋକଙ୍କର ଭିନ୍ନ ଭିନ୍ନ ସମସ୍ୟା ରହିଛି । କେଉଁର୍ଠି କାମ ସମସ୍ୟାତ, କେହି ଜୀବନ ଜିଇଁବା ପାଇଁ ସଂଘର୍ଷ କରୁଛି । ଏମିତି ସଂଘର୍ଷମୟ ଜୀବନ ହଂକଂ ଲୋକଙ୍କ ଠାରେ ଦେଖାଯାଏ । ଏଠାରେ ଗରିବ ଲୋକମାନେ କୌଣସି ଘରେ ନୁହେଁ, ପରନ୍ତୁ ପିଞ୍ଜରାରେ ବାସ କରିବାକୁ ବାଧ୍ୟ ହୋଇଥାନ୍ତି । ଆମ ଭିତରେ ଏକ ଧାରଣା ରହିଛିଯେ ହଂକଂ ହେଉଛି ସମୃଦ୍ଧି ଓ ଏକ ବିକାଶଶୀଳ ରାଷ୍ଟ୍ର, ସେଥିପାଇଁ ପ୍ରତ୍ୟେକ ଯୁବପିଢ଼ିଙ୍କ ସ୍ୱପ୍ନ ଥାଏ, ସେଠାରେ କାମ କରିବାକୁ । କିନ୍ତୁ ଥରେ ଯାଇ ଦେଖିବେ ଯଦି ସେଠାକାର ଲୋକମାନେ କିଭଳି ଦୟନୀୟ ଜୀବନ ବିତାଉଛନ୍ତି, ତେବେ ଆପଣଙ୍କ ଧାରଣା ବଦଳିଯିବ । ଏଠାରେ ଲୋକମାନଙ୍କର ଜୀବନଧାରଣ ଏତେଟା ସହଜ ନୁହେଁ । ଲୋକମାନେ ଲୁହା ପିଞ୍ଜରାରେ ରୁହନ୍ତି, ସେଥିପାଇଁର୍ ସେମାନଙ୍କୁ କଡ଼ା ପରିଶ୍ରମ କରିବାକୁ ହୋଇଥାଏ । ଗୋଟିଏ ପିଞ୍ଜରାରେ ରହିବାକୁ ସେମାନଙ୍କୁ ଭାରି ମୂଲ୍ୟ ଦେବାକୁ ହୋଇଥାଏ । ସେମାନେ ଯେଉଁ ପିଞ୍ଜରାରେ ରୁହନ୍ତି ତାର ମୂଲ୍ୟ ୧୧ହଜାର । ଏଥିରେ ସେମାନେ ପଶୁଙ୍କ ଭଳି ଜୀବନ ଅତିବାହିତ କରନ୍ତି । ପିଞ୍ଜରା ଭିତରେ ରହିଥିବା ଗୋଟିଏ ଗୋଟିଏ ଆପାର୍ଟମେଣ୍ଟ୍ରେ ୧୦୦-୧୦୦ ଲୋକ ରୁହନ୍ତି । ଗୋଟିଏ ଆପର୍ଟମେଣ୍ଟ୍ରେ କେବଳ ଦୁଇଟି ଟଏଲେଟ୍ ରହିଥାଏ । ଏହି କାରଣରୁ ଲୋକମାନଙ୍କୁ ଭାରି ହଇରାଣ ହରକତ ହେବାକୁ ପଡ଼ିଥାଏ । ଏହି ପିଞ୍ଜରା ନିର୍ଦ୍ଦାରୀତ ସାଇଜ୍ର ହୋଇଥାଏ । ଏଗୁଡ଼ିକରୁ କେତେକ କ୍ୟାବିନ୍ ଭଳି । ଏହି ପିଞ୍ଜରା କଫିନ୍ ସଦୃଶ ଦେଖିବାକୁ । ହଂକଂରେ ପ୍ରାୟ ଏଭଳି ଘରେ ଲକ୍ଷ ଲକ୍ଷ ଲୋକ ବାସ କରନ୍ତି । କୁହାଯାଏ ପିଞ୍ଜରାରେ ରହୁଥିବା ଲୋକମାନେ ଭାରି ଗରିବ, ଯେଉଁମାନେକି ଘର କିଣିବାରେ ଅସମର୍ଥ ହୋଇଥାନ୍ତି । ଏଥିପାଇଁ ଏଠାକାର ଏହି ଲୋକମାନେ ପଶୁଭଳି ପିଞ୍ଜରାରେ ରହିବାକୁ ବାଧ୍ୟ ହୁଅନ୍ତି ।