ଯମରାଜାଙ୍କ ବିରୁଦ୍ଧରେ ଏତଲା
କୋଲକାତା ହାଇକୋର୍ଟରେ ଏପରି ଏକ ମାମଲା ଦାୟର ହୋଇଛି, ଯାହା ଏବେ ସମସ୍ତଙ୍କୁ ଚକିତ କରିଛି । ହତ୍ୟା ମାମଲାରେ ଦଣ୍ଡ ଭୋଗୁଥିବା ଦୁଇ ଅଭିଯୁକ୍ତଙ୍କର ମୃତ୍ୟୁଦଣ୍ଡ ଅବଧି ଶେଷ ହେବା ପୂର୍ବରୁ ମୃତ୍ୟୁ ହୋଇଥିଲା । ଫଳରେ ଅଭିଯୁକ୍ତଙ୍କ ପରିଜନମାନେ ନ୍ୟାୟଳୟରେ ଦାବି କରିଛନ୍ତି ଯେ, କୋର୍ଟ ଯମରାଜଙ୍କୁ ନିର୍ଦ୍ଦେଶ ଦିଅନ୍ତୁଯେ, ହତ୍ୟା ଅଭିଯୁକ୍ତଙ୍କୁ ପୁଣି ଥରେ ଜୀବନଦାନ ଦିଅନ୍ତୁ, ଯାହାଫଳରେ ସେମାନେ ନିଜର ବାକି ଦଣ୍ଡ ଅବଧି ପୂରଣ କରିପାରିବେ । ପଶ୍ଚିମବଙ୍ଗର ପୁରୁଲିଆରେ ୧୯୮୪ରେ ସମର ଚୌଧୁରୀ ଏବଂ ତାଙ୍କ ଦୁଇପୁଅ ଈଶ୍ୱର ଏବଂ ପ୍ରଦୀପ ଜଣେ ବ୍ୟକ୍ତିଙ୍କୁ ଏତେ ମାଡ଼ ମାରିଥିଲେ ଯେ, ସେଥିରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ସେମାନଙ୍କୁ ୫ବର୍ଷ ଦଣ୍ଡବିଧାନ ହୋଇଥିଲା । ପରେ ସେମାନେ ତଳ ଅଦାଲତର ନିଷ୍ପତ୍ତି ବିରୋଧରେ କଲିକତା ହାଇକୋର୍ଟରେ ଆବେଦନ କରିଥିଲେ । ପରେ ଏହି ଦଣ୍ଡାଦେଶ ଉପରେ ଲାଗିଥିଲା ପ୍ରତିବନ୍ଧକ । ହାଇକୋର୍ଟରେ ମାମଲାର ଶୁଣାଣୀ ହେବା ପୂର୍ବରୁ ପ୍ରଦୀପ ଏବଂ ସମରଙ୍କ ମୃତ୍ୟୁ ହୋଇଥିଲା । ଯେହେତୁ ମାମଲାର ନିଷ୍ପତ୍ତି ହୋଇନଥିଲା ସେହି କାରଣରୁ ପରିବାର ଲୋକେ ଯମଙ୍କ ବିରୋଧରେ ଅଦାଲତରେ ଏତଲା ଦେଇଛନ୍ତି । ସେମାନେ କହିଛନ୍ତି ଯେ, ଯମ ପ୍ରଦୀପ ଓ ସମରଙ୍କୁ ପୁଣି ଥରେ ଧରାପୃଷ୍ଠକୁ ପଠାନ୍ତୁ ଏବଂଅଦାଲତ ମାମଲାର ପୂର୍ଣ୍ଣ ବିଚାର କରି ସେମାନଙ୍କୁ ଦଣ୍ଡ ଦିଅନ୍ତୁ ।