ବିଷାକ୍ତ ସାମୁଦ୍ରିକ ସାପ ‘ସ୍ନେକା’

ବିଶ୍ୱରେ ପାଖାପାଖି ୩ହଜାର ପ୍ରଜାତିର ସାପ ଥିଲାବେଳେ ଏଥିରୁ ଅଧିକାଂଶ ସାପ ବିଷାକ୍ତ ଅଟନ୍ତି । ଏହି ତାଲିକାରେ ସବୁଠୁ ବିଷାକ୍ତ ସାପ ଭାବେ ଗ୍ରହଣ କରାଯାଏ ଦକ୍ଷିଣପୂର୍ବ ଏସିଆ ଏବଂ ଉତ୍ତର ଅଷ୍ଟ୍ରେଲିଆରେ ମିଳୁଥିବା ସାମୁଦ୍ରିକ ସାପ ସ୍ନେକା । କୁହାଯାଏ ଯେ, ଏହି ସାପର ବିଷ ମାତ୍ର କିଛି ମିଲିଗ୍ରାମ ବୁନ୍ଦା ଅଟେ । ଯାହା ୧ହଜାର ଲୋକଙ୍କୁ ମାରିବା ପାଇଁ ଯଥେଷ୍ଟ ।
ରିପୋର୍ଟ ଅନୁସାରେ ଦ୍ୱିତୀୟ ବିଷାକ୍ତ ତଥା ଭୟଙ୍କର ସାପ ହେଉଛି ଇନ ଲ୍ୟାଣ୍ଡ ତାଇପନ୍ ଏହା ମାଟି ଉପରେ ରହେ, ଗୋଟିଏ ଥର ଦଂଶନରେ ସାପ ଛାଡିଥାଏ ୧୦୦ମିଲିଗ୍ରାମ ପର୍ଯ୍ୟନ୍ତ ବିଷ । ଦଂଶନର ଗୋଟିଏ ଝଟକାରେ୧୦୦ ଲୋକଙ୍କର ମୃତ୍ୟୁ ହୋଇପାରେ । ସାଧାରଣ ବିଷାକ୍ତ ସାପ ଅର୍ଥାତ ନାଗସାପ ତୁଳନାରେ ଏହି ସାପ ୫୦ ଗୁଣାଅଧିକ ଭୟଙ୍କର । ସେହିପରି ଅଷ୍ଟ୍ରେଲିଆରେ ମିଳୁଥିବା ଇଷ୍ଟର୍ଣ୍ଣ ବ୍ରାଉନ ସ୍ନେକ ୍ ମଧ୍ୟ ବିଷାକ୍ତ । ଏହି ସାପର ବିଷର ୧୪ହଜାରରୁ ଭାଗେ ମଧ୍ୟ ଜଣେ ବ୍ୟକ୍ତିର ମୃତ୍ୟୁ ପାଇଁ ଯଥେଷ୍ଟ । ଏହି ସାପ ମଣିଷକୁ ଦଂଶନ କରିବା ପରିବର୍ତ୍ତେ ଦୂରରୁ ବିଷଫିଙ୍ଗିଥାଏ । ବିଷାକ୍ତ ସାପ ତାଲିକାର ୫ମରେ ରହିଛି ବ୍ଲାକ୍ ମାମ୍ବା । ଏହା ଆଫ୍ରିକାରେ ଦେଖିବାକୁ ମିଳୁଥିଲା ବେଳେ ଏହା ସବୁଠୁ ଦ୍ରୁତଗତିରେ ଯାଉଥିବା ସାପ ଅଟେ । ଘଣ୍ଟା ପ୍ରତିଏହାର ବେଗ ୨୦ କିଲୋମିଟର । ଏହି ସାପ ଯେତେବେଳେ କାହାକୁ ଆକ୍ରମଣ କରେ ସେତେବେଳେ ସେ ଥରେ ନୁହେଁକି ଦୁଇଥର ନୁହେଁ ୧୦-୧୨ ଥର ଦଂଶନ କରେ ।