ରାଜ୍ୟରେ ସୁସ୍ଥ ହେଲେ ଆଉ ୫୨୩ କରୋନା ଆକ୍ରାନ୍ତ
ଭୁବନେଶ୍ଵର : ରାଜ୍ୟରେ କରୋନାର ଦ୍ଵିତୀୟ ଲହର ସହ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରି ମଧ୍ୟରେ ମଙ୍ଗଳବାର ଗତ ୨୪ ଘଣ୍ଟାରେ ୧୭୮୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୨୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩ଲକ୍ଷ ୪୧ହଜାର ୧୨୩ରେ ପହଞ୍ଚିଛି। ଏନେଇ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡ ଜିଲାରୁ ସର୍ବାଧିକ ୮୫ ଜଣ ସୁସ୍ଥ ଥିବାବେଳେ ନୂଆପଡାରୁ ୭୪, କଳାହାଣ୍ଡି ୫୧, ଝାରସୁଗୁଡା ୪୮, ଖୋର୍ଦ୍ଧା ୩୬, ଗଞ୍ଜାମ ୨୯, ସମ୍ବଲପୁର ୨୭, କଟକ ୨୨, ବଲାଙ୍ଗିର ଓ କେନ୍ଦୁଝର ୧୮, ବାଲେଶ୍ବର ୧୫, ମୟୂରଭଞ୍ଜ ଓ ପୁରୀ ୧୪, ଯାଜପୁର ୧୩, କୋରାପୁଟ ୭, ବରଗଡ, ଭଦ୍ରକ, ଜଗତସିଂପୁର, ନବରଙ୍ଗପୁର, ରାୟଗଡାରୁ ୫ ଜଣ ଲେଖାଏଁ, କନ୍ଧମାଳ ୪, ଅନୁଗୁଳ, ଗଜପତି ୩, ଢେଙ୍କାନାଳ, କେନ୍ଦ୍ରାପଡା ଓ ସୋନପୁରରୁ ୨ ଜଣ, ଦେବଗଡ ଓ ନୟାଗଡରୁ ଜଣେ ଏବଂ ରାଜ୍ୟ ପୁଲରୁ ୯ ଜଣ ଲେଖାଏଁ ରହିଛନ୍ତି ।