କୌଣସି ରାଜ୍ୟ ଟ୍ରେନ ସେବାକୁ ବନ୍ଦ କରିବା ପାଇଁ କହିନାହାନ୍ତି

ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ୱିତୀୟ ଲହର ର ପ୍ରଭାବ ରେଳ ସେବା ଉପରେ ପଡ଼ିବ ନାହିଁ । ଏ ପର୍ଯ୍ୟନ୍ତ କୌଣସି ରାଜ୍ୟ ରେଳଗାଡ଼ି ନ ଚାଲିବା ପାଇଁ ପ୍ରଶ୍ନ ଉଠାଇ ନାହାନ୍ତି । କୋଭିଡ଼ର ପୂର୍ବସ୍ତର ଅନୁସାରେ ଟ୍ରେନ ସେବାରେ ୭୦ ପ୍ରତିଶତ ପୁନଃ ସ୍ଥାପିତ କରାଯାଇଛି । ଦେଶସାରା ବିଭିନ୍ନ ସ୍ତାରେ କୋଭିଡ଼-୧୯ ରୋଗୀଙ୍କୁ ରଖିବା ପାଇଁ ୪୦୦୦ ପୃଥକୀକରଣ କୋଚ୍ ଠିକ୍ କରାଯାଇଛି । ରେଲୱେ ବୋର୍ଡ଼ର ଅଧ୍ୟକ୍ଷ ସୁନୀତ ଶର୍ମା ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି କି, କୌଣସି ରାଜ୍ୟ ରେଳ ସେବାକୁ ବନ୍ଦ କରିବା ପାଇଁ ରେଲୱେକୁ କହିନାହାନ୍ତି । କିନ୍ତୁ ରାଜ୍ୟ ସରକାର କଂଟେନମେଂଟ ସ୍ଥାନକୁ ନେଇ ଚିନ୍ତା କରିବା ବେଳେ ରେଲୱେ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ନିୟମ ପାଳନ କରାଯାଉଛି ।

ସେ କହିଛନ୍ତି ଯେ, ଆଇଆରସିଟିସିର ଇ-ଟିକେଟ୍ ୱେବସାଇଟ୍ ମାଧ୍ୟମରେ ରେଳବାଇ ରାଜ୍ୟ ସରକାରଙ୍କ ଚାହିଦା ଅନୁସାରେ ଯାତ୍ରା କରୁଥିବା ବେଳେ ଆରଟିପିସିଆର ପରୀକ୍ଷା କିମ୍ବା କୋଭିଡ଼-୧୯ର ନେଗେଟିଭ ରିପୋର୍ଟ ଦାଖଲ କରିବାକୁ ଯାତ୍ରୀମାନଙ୍କୁ କୁହାଯାଉଛି । ରେଳବାଇର ଚେୟାରମ୍ୟାନ ତଥା ସିଇଓ ସୁନୀତ ଶର୍ମା କହିଛନ୍ତି ଯେ, ଭାରତୀୟ ରେଳ ବର୍ତମାନ ପ୍ରତିଦିନ ୧୪୯୦ ମେଲ ଏବଂ ଏକ୍ସପ୍ରେସ ସ୍ପେଶାଲ ଟ୍ରେନ ଏବଂ ୫,୩୯୭ ଉପନଗରୀୟ ଟ୍ରେନ ସେବା ଜାରି ରଖିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଅଧିକ ୨୮ କ୍ଲୋନ ଟ୍ରେନ ଏବଂ ୯୪୭ ଯାତ୍ରୀ ଟ୍ରେନ ମଧ୍ୟ ଚଳାଉଛୁ । ମୋଟ ଟ୍ରେନ ସେବାରେ କୋଭିଡ଼ର ପୂର୍ବ ସ୍ତରର ୭୦ ପ୍ରତିଶତ ପର୍ଯ୍ୟନ୍ତ ପୁନଃ ସ୍ଥାପିତ କରାଯାଇଛି । ସେ କହିଛନ୍ତି ଯେ, ସାରାଦେଶରେ ଅତିରିକ୍ତ ଭିଡ଼ର ସୁବିଧା ପାଇଁ ରେଳବାଇ ୧୪୦ଟି ଅତିରିକ୍ତ ଟ୍ରେନ ଚଳାଉଛି । ଏପ୍ରିଲ-ମେ ମାସରେ ୪୮୩ ଟି ଟ୍ରେନ ଯାତ୍ରା କରିବ । ଏହି ଟ୍ରେନ ଗୁଡ଼ିକ ଗୋରଖପୁର, ପାଟନା, ଦରଭଙ୍ଗା, ବାରାଣାସୀ, ଗୌହାଟୀ, ମଣ୍ଡୁଆଡିହ, ବରୋନୀ, ପ୍ରୟାଗରାଜ, ବୋକାରୋ, ରାଂଚି, ଲକ୍ଷ୍ନୌ, କୋଲକତା ଏବଂ ଭାଗଲପୁର ସହର ପାଇଁ ଚଳାଚଳ କରୁଛି । ଗତବର୍ଷ ଶ୍ରମିକ ମାନଙ୍କୁ ନିଜ ଘରକୁ ଆଣିବା ପାଇଁ ପୁଣି ଥରେ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଚଳାଇବା ବିର୍ଷରେ ଏକ ପ୍ରଶ୍ନର ଉତରରେ ସେମାନେ କହିଛନ୍ତିଯେ, ବର୍ତମାନ ସୁଦ୍ଧା ସେପରି କୌଣସି ଯୋଜନା କରାଯାଇନାହିଁ । ସେ କହିଛନ୍ତି ଯେ, ଚାହିଦା ଅନୁସାରେ ସେ ସବୁ ଟ୍ରେନ୍ ଚଳାଚଳ କରିବ । ସେ କହିଛନ୍ତି ଯେ, କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ଡାକ୍ତରଖାନାରେ ଶଯ୍ୟା ଅଭାବରୁ ରେଲବାଇ ଗତବର୍ଷ କୋଚ୍ ମାନଙ୍କୁ ପୃଥକ ୱାଡ଼ରେ ପରିଣତ କରି ସ୍ୱାସ୍ଥ୍ୟ କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ସାହାଯ୍ୟ କରିଥିଲା । ଏହି ୱର୍ଡ଼ ଗୁଡ଼ିକୁ ଦିଲ୍ଲୀ, ଉତରପ୍ରଦେଶ ଓ ବିହାର ସରକାର ବ୍ୟବହାର କରିଥିଲେ । ଶର୍ମା କହିଛନ୍ତି ଯେ, ଚଳିତ ବର୍ଷ କରୋନାର ପ୍ରକୋପକୁ ଦେଖି ରେଲୱେ ବିଭିନ୍ନ ସ୍ଥାନରେ କୋଭିଡ଼-୧୯ ରୋଗୀ ଙ୍କୁ ରଖିବା ପାଇଁ ୪୦୦୦ ପୃଥକୀକରଣ କୋଚ ଠିକ୍ କରି ରଖିଛନ୍ତି । ସେ କହିଛନ୍ତି ଯେ, ଆମେ ମହାରାଷ୍ଟ୍ରର ନନ୍ଦୁରବାରରେ ୧୦୦ରୁ ଅଧିକ ପୃଥକୀକରଣ କୋଚ ଏବଂ ୨୦ଟି ପୃଥକୀକରଣ ବଗି ଯୋଗାଇଛୁ । ଶର୍ମା କହିଛନ୍ତିଯେ, ରେଲୱେ ମୁମ୍ବାଇ, ଗୁଜୁରାଟ, କର୍ଣ୍ଣାଟକ ର ସମସ୍ତ ଷ୍ଟେସନରେ କଡ଼ା ନଜର ରଖିଛି ଏବଂ ଚାହିଦା ଅନୁସାରେ ଅଧିକ ଟ୍ରେନ୍ ଚଳାଇବାକୁ ଜୋନାଲ ମହା ପ୍ରବନ୍ଧକଙ୍କୁ ଅନୁମତି ଦିଆଯାଇଛି ।