ଟ୍ୱିଟରରେ ୭ କୋଟି ଟପିଲା ମୋଦିଙ୍କ ଫଲୋଅର୍ସ ସଂଖ୍ୟା

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଆଉ ଏକ ସଫଳତା ହାସଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ ମୋଦିଙ୍କର ଫଲୋଅର୍ସ ସଂଖ୍ୟା ୭କୋଟି ବା ୭୦ ମିଲିଅନ୍ ଅତିକ୍ରମ କରିଛି। ବିଶ୍ୱରେ ବିଭିନ୍ନ ଦେଶରେ କ୍ଷମତାରେ ଥିବା ନେତାଙ୍କ ମଧ୍ୟରେ ମୋଦିଙ୍କର ସର୍ବାଧିକ ଫଲୋଅର୍ସ ରହିଛନ୍ତି।
ଏହା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଥିବା ବେଳେ ଏହି ତାଲିକାରେ ସର୍ବାଗ୍ରେ ଥିଲେ। ହେଲେ ଟ୍ୱିଟର ତାଙ୍କ ଆକାଉଣ୍ଟକୁ ବ୍ଲକ କରିଦେବା ପରେ ଏବେ ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି କ୍ଷମତାରେ ଥିବା ବ୍ୟକ୍ତିଙ୍କ ତାଲିକାରେ ସର୍ବାଗ୍ରେ ରହିଛନ୍ତି। ତେବେ ଟ୍ୱିଟରରେ ଅନ୍ୟତମ ଲୋକପ୍ରିୟ ବ୍ୟକ୍ତି ରହିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା। ଯିଏକି କ୍ଷମତାରେ ନଥିଲେ ବି ତାଙ୍କୁ ୧୨୯.୮ ମିଲିଅନରୁ ଅଧିକ ୟୁଜର ଫଲୋ କରୁଛନ୍ତି। ସେ ଏବେ ଟ୍ୱିଟରରେ ସର୍ବାଧିକ ଫଲୋଅର୍ସ ପାଇଥିବା ବ୍ୟକ୍ତିଙ୍କ ତାଲିକାରେ ଶୀର୍ଷରେ ରହିଛନ୍ତି। ଚଳିତ ବର୍ଷ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ଟ୍ୱିଟର ବ୍ଲକ୍ କରିଦେବା ପରେ ଏହି ମାଇକ୍ରୋ ବ୍ଲଗିଂ ସାଇଟରେ ଲୋକପ୍ରିୟ ନେତାଙ୍କ ତାଲିକାରେ ମୋଦିଙ୍କ ନାମ ଦ୍ୱିତୀୟ ସ୍ଥାନରେ ରହିଛି।