ମା’ର ମେଦବୃଦ୍ଧି ଶିଶୁ ପାଇଁ ବିପଦ
ମେଦବୃଦ୍ଧିର ଶିକାର ହୋଇଥିବା ମହିଳାଙ୍କ ଦ୍ୱାରା ଜନ୍ମ ହେଉଥିବା ଶିଶୁଙ୍କ କ୍ଷେତ୍ରରେ ହୃଦ୍ରୋଗର ପ୍ରାରମ୍ଭିକ ଲକ୍ଷଣ ଏବଂ ରକ୍ତପ୍ରବାହ ଧମନୀ ମୋଟା ହେଉଥିବା ଜଣାପଡ଼ିଛି । ନିକଟରେ ସିଡ୍ନୀ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି । ଶରୀରର ପ୍ରମୁଖ ରକ୍ତବାହିନୀ ମଧ୍ୟରୁ ଏକ ବାମ ଧମନୀ ମୋଟା ହେବା ଶିଶୁର ଓଜନ ଉପରେ ନିର୍ଭର କରେନାହିଁ । ଆର୍କାଇବ୍ସ ଅଫ୍ ଚାଇଲ୍ଡହୁଡ୍ ପତ୍ରିକାରେ ପ୍ରକାଶିତ ଏହି ସର୍ଭେ ରିପୋର୍ଟ ଅନୁସାରେ ମେଦବୃଦ୍ଧିର ଶିକାର ହୋଇଥିବା କିମ୍ବା ମୋଟା ମହିଳାମାନେ ନିଜର ସନ୍ତାନକୁ ହୃଦୟ ରକ୍ତବାହିନୀ ସମ୍ବଦ୍ଧିତ ରୋଗରେ ପକାଇବା ପାଇଁ ଅଧିକ ଦାୟୀ । ସୂଚନାଯୋଗ୍ୟ, ବିକଶିତ ଦେଶରେ ପ୍ରଜନନ ବୟସର ଅଧାରୁ ଅଧିକାଂଶ ମହିଳା ମେଦବୃଦ୍ଧିର ଶିକାର ହୋଇଛନ୍ତି ।