କାଲିଠୁ ମଧ୍ୟପ୍ରଦେଶର ସହରାଞ୍ଚଳରେ ଲକ୍ଡାଉନ୍
ଶୁକ୍ରବାର ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଲକ୍ଡାଉନ୍ ଜାରି
ଭୋପାଳ : କରୋନାର ଦ୍ଵିତୀୟ ଲହର ଆରମ୍ଭ ହୋଇଥିବା ବେଳେ ସ୍ଥିତି ବିଗିଡିବାରେ ଲାଗିଛି । ମଧ୍ୟପ୍ରଦେଶରେ କରୋନାର ନୂଆ ଷ୍ଟ୍ରେନ ଭୟଙ୍କର ରୂପ ନେବାରେ ଲାଗିଛି। ଏହାକୁ ନଜରରେ ରଖି ମଧ୍ୟପ୍ରଦେଶ ସରକାର ବଡ ପଦକ୍ଷେପ ନେଇଛନ୍ତି । ରାଜ୍ୟ ସରକାର ମହାରାଷ୍ଟ୍ର ଏବଂ ଗୁଜରାଟ ସୀମାକୁ ସିଲ୍ କରିଦେଇଥିବାବେଳେ ରାଜ୍ୟରେ ୬୦ଘଣ୍ଟିଆଃ ତାଲାବନ୍ଦ ଘୋଷଣ କରିଛନ୍ତି । ଶୁକ୍ରବାର ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ସମସ୍ତ ସହରାଞ୍ଚଳରେ ଏହି ଲକଡାଉନ ବଳବତ୍ତର ରହିବ ବୋଲି ସରକାର ଗୁରୁବାର ଘୋଷଣା କରିଛନ୍ତି।
मैं लंबा लॉक डाउन नहीं चाहता, ये अंतिम विकल्प है। लेकिन स्थिति को थोड़ा ब्रेक करने के लिये मध्यप्रदेश में शुक्रवार को शाम को 6 बजे से लेकर सोमवार से सुबह 6 बजे तक शहरी क्षेत्र बंद रहेंगे, लॉकडाउन रहेगा: मुख्यमंत्री श्री @chouhanshivraj#MPFightsCorona pic.twitter.com/t8aITWBAdc
— CMO Madhya Pradesh (@CMMadhyaPradesh) April 8, 2021
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ରାଜ୍ୟର ସମସ୍ତ ସହରରେ ଲକଡାଉନ୍ ଘୋଷଣା କରିଛନ୍ତି । ପ୍ରଥମେ ଏହା କିଛି ଜିଲ୍ଲାରେ ଲାଗୁ ହୋଇଥିଲା । ଏବେ କିନ୍ତୁ ସମସ୍ତ ସହରରେ ଏହାକୁ ଲାଗୁ ହେବାନେଇ ଘୋଷଣା କରାଯାଇଛି । ଶୁକ୍ରବାର ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ଯାଏଁ ସହର ଗୁଡିକ ସମ୍ପୂର୍ଣ୍ଣ ଲକଡାଉନ୍ ରହିବ । ଏହି ସମୟରେ ଲୋକମାନେ ଘରୁ ବାହାରିବେ ନାହିଁ । କେବଳ ଜରୁରୀ ସେବାକୁ ଛାଡି ଅନ୍ୟ ସବୁ ବନ୍ଦ ରହିବ । ରାଜ୍ୟରେ ବଢୁଥିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁବାର ଏକ ଜରୁରୀ ବୈଠକ ଡାକିଥିବା ବେଳେ ସେଠାରେ ଏନେଇ ନିଷ୍ପତି ଗ୍ରହଣ ହୋଇଥିଲା । ତେବ ବୁଧବାର ଠାରୁ ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ଗୁରୁବାର ଠାରୁ ସମସ୍ତ ସହରାଚଂଳରେ ଲାଗୁ କରାଯିବ । ବଢୁଥିବା ସଂକ୍ରମଣକୁ ନଜରରେ ରଖି ଆଶନ୍ତା ତିନି ମାସ ପର୍ଯ୍ୟନ୍ତ ସରକାରୀ ଅଫିସ ଗୁଡିକୁ ସୋମବାର ରୁ ଶୁକ୍ରବାର ସକାଳ ୧୦ ରୁ ସଂନ୍ଧ୍ୟା ୬ଟା ଯାଏଁ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ ତରଫରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।