ଆଇପିଏଲ୍-୨୦୨୧ : ଆର୍ସିବି ଆଗରେ ୧୬୦ ରନ୍ର ଟାର୍ଗେଟ୍

Rohit Sharma captain of Mumbai Indians walks back to the pavilion after getting out during match 1 of the Vivo Indian Premier League 2021 between Mumbai Indians and the Royal Challengers Bangalore held at the M. A. Chidambaram Stadium, Chennai on the 9th April 2021. Photo by Vipin Pawar / Sportzpics for IPL
ଚେନ୍ନାଇ : ମହାମାରୀ କରୋନାର ଦ୍ୱିତୀୟ ଲହରୀ ସଂକ୍ରମଣ ଭିତରେ ଶୁକ୍ରବାର ଠାରୁ ଆଇପିଏଲ୍ର ୧୪ତମ ସଂସ୍କରଣ ପାଇଁ ବିଧିବଦ୍ଧ ଭାବେ ବିଗୁଲ ବାଜିଛି । ଚେନ୍ନାଇରେ ଖେଳାଯାଉଥିବା ପ୍ରଥମ ମ୍ୟାଚ୍ରେ ମୂହାଁମୁହିଁ ହେଉଛନ୍ତି ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ବିନା ଦର୍ଶକରେ ଆୟୋଜିତ ଚଳିତ ଆଇପିଏଲ୍ର ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ବିରାଟ ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଛନ୍ତି । ଏହାର ଅର୍ଥ ରୋହିତ ଶର୍ମାଙ୍କ ମୂମ୍ବେଇ ପ୍ରଥମେ ବ୍ୟାଟିଂ କରିଛି । ମୁମ୍ବାଇ ପାଇଁ ପ୍ରଥମେ ମ୍ୟାଚ୍ ଖେଳୁଥିବା କ୍ରିସ୍ ଲୀନ୍ଙ୍କ ସହ ଅଧିନାୟକ ରୋହିତ ଶର୍ମା ଇନିଂସ ଆରମ୍ଭ କରିଥିଲେ । ରୋହିତ ଭଲ ଆରମ୍ଭ କରିଥିଲେ ହେଁ ୧୫ ବଲ୍ରେ ୧୯ ରନ୍ କରି ଆଉଟ୍ ହୋଇଯାଇଥିଲେ । ଏହାପରେ ଲୀନ୍ ବଡ଼ବଡ଼ ଶଟ୍ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ତାଙ୍କୁ ଇନଫର୍ମ ସୂର୍ଯ୍ୟକୁମାର ଯାଦବ ଭରପୁର ସହଯୋଗ କରିଥିଲେ । ଉଭୟ ଦ୍ୱିତୀୟ ଉଇକେଟ୍ ପାଇଁ ୭୦ ରନ୍ ମଧ୍ୟ ଯୋଡ଼ିଥିଲେ । କିନ୍ତୁ ଏହି ସମୟରେ କାୟଲ ଜାମିସନ ୩୧ କରିଥିବା ସୂର୍ଯ୍ୟକୁମାରଙ୍କୁ ଆଉଟ୍ କରିଦେଇଥିଲେ । ଲୀନ୍ ମଧ୍ୟ ୪୯ ରନ୍ କରି ୱାଶିଂଟନ୍ ସୁନ୍ଦରଙ୍କ ଶିକାର ହୋଇଥିଲେ । ଈଶାନ କିଶନ (୨୮) ଓ ହାର୍ଦ୍ଦିକ ପାଣ୍ଡ୍ୟା (୧୩) ହର୍ଷ ପଟେଲଙ୍କ ବଲରେ ଆଉଟ୍ ହେବାକୁ ଦଳୀୟ ସ୍କୋର ସାମାନ୍ୟ ଧିମା ହୋଇଯାଇଥିଲା । ଏକଦା ୨ଶହରୁ ଅଧିକ ରନ୍ ସ୍କୋରକୁ ଲକ୍ଷ୍ୟ ରଖିଥିବା ମୁମ୍ବାଇ ୧୬୦ ରନ୍ ଅତିକ୍ରମ କରିବାକୁ ସଂଘର୍ଷ କରିଥିଲା । କୃନାଲ ପାଣ୍ଡ୍ୟା (୭) ବଡ଼ଶଟ୍ ଖେଳି ଓଭରରେ ପ୍ରଥମ ବଲ୍ରେ ହର୍ଷଲ ପଟେଲଙ୍କ ତୃତୀୟ ଶୀକାର ବନିଥିଲେ । ଏହାର ପରବର୍ତୀ ବଲ୍ରେ ସେ ବିସ୍ଫୋରକ କାଏରନ୍ ପୋଲାର୍ଡ଼ (୭)ଙ୍କ ଉଇକେଟ୍ ନେଇ ମୁମ୍ବାଇକୁ ସମ୍ପୂର୍ଣ୍ଣ ବ୍ୟାକଫୁଟ୍କୁ ଠେଲି ଦେଇଥିଲେ । ସେହି ଓଭରରେ ୪ର୍ଥ ବଲ୍ରେ ସେ ଡେବ୍ୟୁଟାଂଟ ମାର୍କୋ ଜାନ୍ସେନ୍ଭ୍କୁ କ୍ଲିନବୋଲ୍ଡ କରି ପ୍ରଥମଥର ପାଇଁ ଆଇପିଏଲ୍ରେ ୫ ଉଇକେଟ୍ ଦଖଲ କରିବାର ଗୌରବ ହାସଲ କରିଥିଲେ । ଶେଷ ବଲ୍ରେ ଯଶପ୍ରୀତ ବୁମ୍ରା ୧ ରନ୍ କରିବାକୁ ମୁମ୍ବାଇ ୯ ଉଇକେଟ୍ ହରାଇ ୧୬୯ ରନ୍ କରିଥିଲା ।