ଆଇପିଏଲ-୨୦୨୧ : ମୁମ୍ବାଇକୁ ୬ ଓ୍ଵିକେଟ୍ରେ ହରାଇଲା ଦିଲ୍ଲୀ

ଚେନ୍ନାଇ : ମୁମ୍ବାଇ : ଆଇପିଏଲ-୨୦୨୧ର ୧୪ଶ ସଂସ୍କରଣରେ ମଙ୍ଗଳବାର ୧୩ତମ ମ୍ୟାଚ ଖେଳାଯିବ । ଏଥିରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ । ଏହା ପୂର୍ବରୁ ପଡିଥିବା ଟସ ଜିତି ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ମାତ୍ର ଏହି ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୬ ଓ୍ଵିକେଟ୍ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ । ଫଳରେ ମୁମ୍ବାଇ ହାତରୁ କ୍ରମାଗତ ପଞ୍ଚମ ପରାଜୟ ପରେ ଶେଷରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ହାସଲ କରିଛି। ଏଥିସହ ଚତୁର୍ଥ ମ୍ୟାଚ୍ରୁ ଦିଲ୍ଲୀ ତୃତୀୟ ବିଜୟ ହାସଲ କରିଥିବା ବେଳେ ମୁମ୍ବାଇ ସମାନ ମ୍ୟାଚ୍ରୁ ଦ୍ଵିତୀୟ ପରାଜୟ ଭୋଗିଛି।
ମ୍ବାଇର ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦଳୀୟ ସ୍କୋର ମାତ୍ର ୯ ରନ ହୋଇଥିବାବେଳେ କ୍ବିଣ୍ଟନ ଡିକକ୍ ଆଉଟ ହୋଇଥିଲେ । ତେବେ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ରୋହିତ ଶର୍ମା ସର୍ବାଧିକ ୪୪ ରନ କରିଥିବାବେଳେ ସୂର୍ଯ୍ୟକୁମାର ୨୪ ଓ ଇଶାନ କିଷନ ୨୬ ରନ କରିଥିଲେ । ପାଣ୍ଡ୍ୟା ଭ୍ରାତା (ହାର୍ଦ୍ଦିକ ଓ କ୍ରୁନାଳ) ଶସ୍ତାରେ ଆଉଟ ହୋଇଯାଇଥିବାବେଳେ ଜୟନ୍ତ ଯାଦବ ୨୩ ରନ କରିଥିଲେ । ଦିଲ୍ଲୀ ପକ୍ଷରୁ ଅମିତ ମିଶ୍ର ୪ଟି ଓ ଅଭେସ ଖାଁ ୨ଟି ଓ୍ବିକେଟ ନେଇଥିଲେ ।
୧୩୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଦିଲ୍ଲୀ ପକ୍ଷରୁ ଶିଖର ଧାଓ୍ଵନ ଭଲ ଇନିଂସ ଖେଳିଥିଲେ। ଧାଓ୍ଵନ ଓ ଷ୍ଟିଭ୍ ସ୍ମିଥଙ୍କ ମଧ୍ୟରେ ଦ୍ଵିତୀୟ ଓ୍ଵିକେଟ୍ରେ ୫୩ ରନ ଯୋଡି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଧାଓ୍ଵନ ୪୨ ବଲ୍ରୁ ୫ ଚୌକା ଓ ୧ ଛକା ସହ ୪୫ ରନ କରିଥିଲେ। ସ୍ମିଥ୍ ୩୩ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଲଳିତ ଯାଦବ ଅପରାଜିତ ୨୨ ଓ ସିମରନ ହେଟମାୟର ୧୪ ରନର ଅପରାଜିତ ଇନିଂସ ଖେଳି ଦଳକୁ ୬ ଓ୍ଵିକେଟ୍ରେ ଜିତାଇଛନ୍ତି। ୧୯.୧ ଓଭରରେ ଦିଲ୍ଲୀ ୪ ଓ୍ଵିକେଟ୍ ହରାଇ ୧୩୮ ରନର ବିଜୟ ଲକ୍ଷ୍ୟ ହାସଲ କରିଛି।