ଆଇପିଏଲ-୨୦୨୧ : କୋଲକାତାକୁ ୭ ଓ୍ବିକେଟରେ ହରାଇଲା ଦିଲ୍ଲୀ
ଅହମଦାବାଦ : ଇଣ୍ଡିଆାନ୍ ପ୍ରିମିୟର ଲିଗ୍-୨୦୨୧ର ୨୫ ତମ ମ୍ୟାଚ୍ରେ ବାଜି ମାରିଲା ଦିଲ୍ଲୀ କ୍ୟାପିଟଲ୍ସ (ଡିସି)। ପୃଥ୍ବୀ ଶ’ଙ୍କ ଦମଦାର ବ୍ୟାଟିଂ ଦଳକୁ ସହଜ ବିଜୟ ଆଣିଦେଇଛି। କୋଲକାତା ନାଇଟ ରାଇଡର୍ସ (କେକେଆର)କୁ ମାତ ଦେବା ସହ ଚଳିତ ସିଜନ୍ରେ ପଞ୍ଚମ ବିଜୟ ହାସଲ କରିଛି ଡିସି। ୧୩୨ ରନ୍ରେ ଦଳକୁ ପ୍ରଥମ ଝଟକା ଲାଗିଥିଲା। ୪୭ ବଲ୍ରେ ୪୬ ରନ୍ କରି ପାଭିଲିୟନ୍ ଫେରିଥିଲେ ଶିଖର ଧାଓ୍ବନ। ପରେ ପରେ ୪୧ ବଲ୍ରେ ୮୨ ରନ୍ କରି କ୍ୟାଚ୍ ଆଉଟ୍ ହୋଇଥିଲେ ପୃଥ୍ବୀ ଶ’। ୧୫୦ ରନ୍ ବେଳକୁ ଅଧିନାୟକ ଋଷଭ ପନ୍ତ ୧୬ ରନ୍ କରି ଆଉଟ ହୋଇଥିଲେ। ୧୬ ଓଭର ୩ ବଲ୍ରେ ଦଳ ବିଜୟ ହାସଲ କରିଛି। ୭ ଓ୍ବିକେଟରେ କେକେଆରକୁ ମାତ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ।
ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ହୋଇଥିଲା । କୋଲକାତା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ୍ ହରାଇ ସଂଗ୍ରହ କରିଥିଲା ୧୫୪ ରନ । ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସକୁ ଜିତିବାକୁ ଦରକାର ଥିଲା ୧୫୫ ରନ । କୋଲକାତା ପକ୍ଷରୁ ନୀତିଶ ରାଣା ୧୫ ରନ, ଶୁଭମାନ ଗିଲ ୪୩ ରନ, ରାହୁଲ ତ୍ରିପାଠୀ ୧୯, ଇୟନ୍ ମୋର୍ଗାନ୍ ୦, ସୁନୀଲ ନାରାୟଣ ୦, ଦିନଶେ କାର୍ତ୍ତିକ ୧୪ରନ କରି ଆଉଟ ହୋଇଥିଲେ । ରସେଲ ବିସ୍ଫୋରକ ବ୍ୟାଟିଂ କରି ୪ ଛକା ଏବଂ ୨ ଛକା ସହାୟତାରେ ୪୫ରନ, ପ୍ୟାଟ୍ସ କମିନ୍ସ୍ ୧୧ ରନ କରି ଅପରାଜିତ ଥିଲେ । ଦିଲ୍ଲୀ ପକ୍ଷରୁ ଇଶାନ୍ତ ଶର୍ମା ୪ ଓଭରରେ ୩୪ ରନ ଦେଇଥିବା ବେଳେ କାଗିସୋ ରାବାଡା ୪ ଓଭରରେ ୩୧, ଅକ୍ଷର ପଟେଲ ୪ ଓଭରରେ ୩୨ ରନ ୨ ଓ୍ବିକେଟ୍, ଅବେଶ ଖାନ ୪ ଓଭରରେ ୩୧ ରନ ୧ ଓ୍ବିକେଟ୍, ଲଳୀତ ଯାଦବ ୩ ଓଭରରେ ୧୩ ରନ ୨ ଓ୍ବିକେଟ୍, ମାର୍କସ୍ ଷ୍ଟୋଇନିସ୍ ୧ ଓଭରରେ ୭ ରନ ଦେଇ ଗୋଟିଏ ଓ୍ବିକେଟ୍ ନେଇଥିଲେ ।