୩୪ ବର୍ଷରେ ପାଦ ଦେଲେ ହିଟମ୍ୟାନ୍ ରୋହିତ
ନୂଆଦିଲ୍ଲୀ : ଭାରତର ବିସ୍ଫୋରକ ଓଫନର ହିଟମ୍ୟାନ୍ ରୋହିତ ଶର୍ମା ଆଜି ୩୪ ବର୍ଷରେ ପାଦ ଥାପିଛନ୍ତି । ଏହି ଅବସରରେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି ।
ରୋହିତ ଅନ୍ତର୍ଜାତୀୟ ଦିନିକିଆରେ ତିନୋଟି ଦ୍ୱିଶତକ ଲଗାଇଛନ୍ତି । ଗୋଟିଏ କିମ୍ବା ଦୁଇଟି ନୁହେଁ ତିନୋଟି ଡବଲ ସେଞ୍ଚୁରୀ ଲଗାଇଥିବା ଭାରତର ବିସ୍ଫୋରକ ଓଫନର ହିଟମ୍ୟାନ୍ ରୋହିତ ଶର୍ମାଙ୍କ ଶୁକ୍ରବାର ହେଉଛି ଜନ୍ମଦିନ । ହିଟମ୍ୟାନ୍ ପ୍ରଥମେ ବୋଲର ହେବାକୁ ଚାହୁଁଥିଲେ। ତାଙ୍କ କୋଚ୍ ଦୀନେଶ ଲଡ ତାଙ୍କ ବ୍ୟାଟିଂ ଦେଖି ବ୍ୟାଟସମ୍ୟାନ୍ ହେବାକୁ ପରାମର୍ଶ ଦେଇଥିଲେ । ରୋହିତ ଶର୍ମା ତାଙ୍କର ବ୍ୟାଟିଂରେ କମାଲ କରି ହିଟମ୍ୟାନ୍ ରୂପେ ପରିଚିତ ହୋଇପାରିଛନ୍ତି। ରୋହିତଙ୍କ ଜନ୍ମଦିନ ଅବସରରେ ମୁମ୍ଵାଇ ଇଣ୍ଡିଆନ୍ସ ତାଙ୍କୁ ଟ୍ଵିଟ୍ କରି ଶୁଭେଚ୍ଚା ଜଣାଇଛି।
??? Setting the stage on fire whenever and wherever he walks in – the name is Ro-HIT Sharma ?
— Mumbai Indians (@mipaltan) April 29, 2021
Happy Birthday, Captain ?#OneFamily #MumbaiIndians #HappyBirthdayRohit #HitmanDay @ImRo45 pic.twitter.com/ALOmyZ6NnE
ଏହି ଟ୍ଵିଟରେ ମୁମ୍ଵାଇ ଇଣ୍ଡିଆନ୍ସ ଲେଖିଛି ଯେ, ଯେତେବେଳେ ଯେଉଁଆଡେ ଯାଆନ୍ତି ଷ୍ଟେଜରେ ନିଆଁ ଲଗାଇ ଦିଅନ୍ତି। ସେ ହେଉଛନ୍ତି ରୋହିତ ଶର୍ମା। ଜନ୍ମଦିନର ଶୁଭେଚ୍ଛା କ୍ୟାପ୍ଟେନ। ସେହିପରି ତାଙ୍କର ବହୁତ ପ୍ରଶଂସକ ମଧ୍ୟ ଟ୍ଵିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ରୋହିତ ୨୦୦୭ରେ ରୋହିତ ଅନ୍ତର୍ଜାତୀୟ ମ୍ୟାଚରେ ପଦାର୍ପଣ କରିଥିଲେ । ସେହି ବର୍ଷ ସେପ୍ଟେମ୍ଵରରେ ସେ ଟି-୨୦ ପାଦ ଦେଇଥିଲେ। ରୋହିତ ଶର୍ମା ୨୦୨୦ ଫେବୃଆରୀରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ଖେଳିଥିଲେ। ୨୦୧୫ ଡିସେମ୍ବର ୧୩ରେ ରୋହିତ ଶର୍ମା ଓ ରିତିକା ସଜଦେହଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହର ତିନି ବର୍ଷ ପରେ ୨୦୧୮ ଡିସେମ୍ବର ୩୦ରେ ରୋହିତଙ୍କ ଏକ କନ୍ୟା ସନ୍ତାନ ହୋଇଥିଲା। ସେହି ସମୟରେ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ କାରଣରୁ ସେ ତାଙ୍କ ପତ୍ନୀଙ୍କ ନିକଟରେ ଉପସ୍ଥିତ ହୋଇପାରି ନଥିଲେ। ରୋହିତ ଶର୍ମା ଏଯାଏଁ ୨୨୭ଟି ଦିନିକିଆ ଖେଳି ୯୨୦୫ ରନ କରିଛନ୍ତି। ସେ ୨୯ଟି ଶତକ ଏବଂ ୪୩ଟି ଅର୍ଦ୍ଧଶତକ ଲଗାଇଛନ୍ତି। ସେହିପରି ୩୮ଟି ଟେଷ୍ଟ ମ୍ୟାଚରେ ୨୬୧୫ ରନ କରିଛନ୍ତି। ଏଥିରେ ୭ଟି ଶତକ ଓ ୧୨ଟି ଅର୍ଦ୍ଧଶତକ ରହିଛି। ୧୧୧ଟି-୨୦ ଇଣ୍ଟରନ୍ୟାସନାଲରେ ସେ ୨୮୬୪ ରନ୍ କରିଛନ୍ତି। ଏଥିରେ ୪ଟି ଶତକ ଓ ୨୨ଟି ଅର୍ଦ୍ଧଶତକ ସାମିଲ ଅଛି ।