ଆଇପିଏଲ-୨୦୨୧ : ୧ ରନରେ ଜିତିଲା ବାଙ୍ଗାଲୋର
- ପଞ୍ଚମ ମ୍ୟାଚ୍ ଜିତି ଶୀର୍ଷରେ ଆରସିବି
ଅହମ୍ମଦାବାଦ : ଚଳିତ ଆଇପିଏଲ୍ରେ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଏକ ରନରେ ପରାଜିତ ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ। ଋଷଭ ପନ୍ତଙ୍କ ଅପରାଜିତ ୫୮ ଏବଂ ସିମରନ ହେଟମାୟରଙ୍କ ଅପରାଜିତ ୫୩ ରନ ସତ୍ତ୍ଵେ ବିଜୟଠୁ ୨ ରନରେ ଦୂରରେ ରହିଗଲା ଦିଲ୍ଲୀ କ୍ୟାପିଟାଲ୍ସ। ଅନ୍ୟପଟେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଷଷ୍ଠ ମ୍ୟାଚ୍ରୁ ୫ ଜିତି ପଏଣ୍ଟ ଟେବୁଲ୍ର ଶୀର୍ଷ ସ୍ଥାନକୁ ଉଠିଛି।
ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯ଼ାଇଥିବା ଆଇପିଏଲ ୨୦୨୧ର ଏକ ରୋମାଞ୍ଚକର ମ୍ୟାଚରେ ବାଙ୍ଗାଲୋର ଦିଲ୍ଲୀକୁ ୧ ରନରେ ପରାସ୍ତ କରିଛି । କଡ଼ା ପ୍ରତିଦ୍ବନ୍ଦିତାମୂଳକ ଏହି ମ୍ୟାଚର ଶେଷ ବଲରେ ହିଁ ବିଜେତା ନିର୍ଣ୍ଣୟ ହୋଇଥିଲା । ଆଜି ଦିଲ୍ଲୀ ଟସ ଜିତି ବାଙ୍ଗାଲୋରକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୭୧ ରନ କରିଥିଲା । ଏ.ବି. ଡିଭିଲିୟର୍ସ ମାତ୍ର ୪୨ଟି ବଲ ଖେଳି ୭୫ ରନ କରିଥିଲେ । ୧୭୨ରନର ପିଛା କରିବାକୁ ଯ଼ାଇ ଦିଲ୍ଲୀ ଆରମ୍ଭରୁ ଶିଖର ଧଓ୍ବନ ଓ ଷ୍ଟିଭ ସ୍ମିଥଙ୍କ ଓ୍ବିକେଟ ହରାଇଥିଲା । ତେବେ ଋଷଭ ପନ୍ତ ଓ ସିମରନ ହେଟମେୟର ବିସ୍ଫୋରକ ବ୍ୟାଟିଂ କରି ମ୍ୟାଚରେ ରୋମାଂଚ ଭରିଦେଇଥିଲେ । ପନ୍ତ ୫୮ ଓ ହେଟମେୟର ୫୩ ରନ କରିଥିଲେ । ମାତ୍ର ଶେଷ ବଲରେ ଦଳକୁ ୬ ରନ ଆବଶ୍ୟକ ହେଉଥିବାବାବେଳେ ପନ୍ତ ଗୋଟିଏ ଚୌକା ମାରିବାକୁ ସକ୍ଷମ ହୋଇଥିଲେ । ଫଳରେ ଦଳ ୧ ରନରେ ପରାସ୍ତ ହୋଇଥିଲା ।