ଭାରତକୁ ଆସନ୍ତା କିଛି ମାସ ପର୍ଯ୍ୟନ୍ତ ଭ୍ୟାକସିନ ଅଭାବର ସାମ୍ନା କରିବାକୁ ପଡ଼ିବ
ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀ ପ୍ରକୋପ ବଢ଼ିଚାଲିଛି। ଅନ୍ୟପଟେ କରୋନା ଭ୍ୟାକସିନ୍ର ଅଭାବ ମଧ୍ୟ ଦେଖାଦେଇଛି। ଏହାରି ଭିତରେ ସିରମ ଇନଷ୍ଟିଚ୍ୟୁଟ୍ ସିଇଓ ଆଦର ପୁନାଓ୍ବାଲା କହିଛନ୍ତି, ଭାରତକୁ ଆସନ୍ତା କିଛି ମାସ ପର୍ଯ୍ୟନ୍ତ ଭ୍ୟାକସିନ ଅଭାବର ସାମ୍ନା କରିବାକୁ ପଡ଼ିବ ।୧୦ କୋଟି ଟିକା ନିର୍ମାଣ କ୍ଷମତା ବଢ଼ାଇବା ଜୁଲାଇ ପୂର୍ବରୁ ସମ୍ଭବପର ନୁହେଁ।
ଏବେ ୬-୭ କୋଟି ଭ୍ୟାକସିନ୍ ଉତ୍ପାଦନ ହେଉଛି ବୋଲି ସେ କହିଛନ୍ତି। ଫାଇନାନ୍ସିଆଲ୍ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ପୁନାଓ୍ବାଲା କହିଛନ୍ତି, ଅର୍ଡର କମ୍ ଆସୁଥିବାରୁ ପ୍ରଥମେ ଉତ୍ପାଦନ କ୍ଷମତା ବଢ଼ାଇନଥିଲୁ। ତେଣୁ ଭ୍ୟାକସିନ୍ ଅଭାବ ଜୁଲାଇ ଶେଷ ପର୍ଯ୍ୟନ୍ତ ଜାରି ରହିବ। ଏହା ସହ ସେ ଆହୁରି କହିଛନ୍ତି, ‘କୌଣସି ଅର୍ଡର ନଥିଲା। ଗୋଟିଏ ବର୍ଷରେ ୧୦୦ କୋଟିରୁ ଡୋଜ୍ରୁ ଅଧିକ ଉତ୍ପାଦନ କରିବାର ଆବଶ୍ୟକତା ନଥିଲା ବୋଲି ଲାଗିଥିଲା। ’ ସେପଟେ ଜାନୁଆରୀରେ ଦ୍ବିତୀୟ ଲହର ଆସିବ ବୋଲି କଳ୍ପନା ନଥିଲା। ପ୍ରକୃତରେ ଭାରତରେ ମହାମାରୀ ସମାପ୍ତ ହେଉଥିବା ଦେଖିବାକୁ ମିଳିଥିଲା ବୋଲି ଆଦର ପୁନାଓ୍ବାଲା କହିଛନ୍ତି। ଦେଶରେ ମେ’୧ରୁ ୧୮ରୁ ୪୪ ବର୍ଷୀୟଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଛି। ଅନେକ ରାଜ୍ୟ ଟିକାର ଅଭାବ ପାଇଁ ଟିକାକରଣ ଆରମ୍ଭ ହୋଇପାରି ନାହିଁ। ଏବେ କୋଭିସିଲ୍ଠ ଏବଂ କୋଭାକ୍ସିନ୍ ଟିକା ଦିଆଯାଉଥିବା ବେଳେ ଋଷ ଟିକା ସ୍ପୁଟନିକ୍-ଭିକୁ ଅନୁମତି ମିଳିଥିବା ବେଳେ ଦେଢ଼ ଲକ୍ଷ ଡୋଜ୍ ଭାରତରେ ପହଞ୍ଚିଛି ।