ଭୁବନେଶ୍ୱରରେ ଦୈନିକ ୩ ହଜାର ନମୁନା ପରୀକ୍ଷା ପାଇଁ ନିର୍ଦ୍ଦେଶ

LAKE SUCCESS, NY - MARCH 11: A lab technician begins semi-automated testing for COVID-19 at Northwell Health Labs on March 11, 2020 in Lake Success, New York. An emergency use authorization by the FDA allows Northwell to move from manual testing to semi-automated. (Photo by Andrew Theodorakis/Getty Images)
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଦୈନିକ ୩ ହଜାର ନମୁନା ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ସେହିପରି ପରୀକ୍ଷଣ, ନିରୀକ୍ଷଣ ଏବଂ ପୃଥକବାସ ତ୍ୱରାନ୍ୱିତ କରିବା ନିମନ୍ତେ ଭୁବନେଶ୍ୱର ମହାନଗର ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି । ହୋମ୍ ଆଇସୋଲେସନ ବ୍ୟବସ୍ଥା ତଦାରଖ କରିବ ୩୩ଟି ଟିମ୍ ।
ଚଳିତ ସପ୍ତାହରେ ଭୁବନେଶ୍ୱରରୁ ଦୈନିକ ୩୦୦ରୁ ଊର୍ଦ୍ଧ୍ୱ କୋଭିଡ୍ ସଂକ୍ରମିତ ଚିହ୍ନଟ ହେଉଥିବା ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶୁକ୍ରବାର ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ମୁଖ୍ୟ ଶାସନ ସଚିବନିଃଶୁଳ୍କ ନଂ-୧୯୨୯ରେ କୋଭିଡ୍ ପରୀକ୍ଷଣ ସୂଚନା ସଂଗ୍ରହ କରିବା ପାଇଁ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି ।