କର୍ଫ୍ୟୁ ଭୟରେ କିଣାକିଣି ପାଇଁ ଭିଡ କରନ୍ତୁ ନାହିଁ : ବିଏମସି କମିଶନର
ଭୁବନେଶ୍ୱର : ଆସନ୍ତାକାଲିଠାରୁ ନାଇଟ୍ କର୍ଫ୍ୟୁ ଆରମ୍ଭ ହେଉଛି । କିଛି ଲୋକ ଭୟଭୀତ ହୋଇ ମାର୍କେଟ୍ ରୁ ଜିନିଷ କିଣିବା ପାଇଁ ଭିଡ ଜମାଉଛନ୍ତି । ଏପରି ନକରିବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିଶନର ପ୍ରେମ୍ ଚନ୍ଦ୍ର ଚୌଧୁରୀ । ଏହା ବ୍ୟତୀତ କଟକଣା ସତ୍ୱେ ଲୋକମାନେ ଅନଲାଇନ୍ ଜିନିଷ ମଗାଇପାରିବେ । ହୋମ୍ ଡେଲିଭରି ଉପରେ ମଧ୍ୟ କୌଣସି କଟକଣା ନାହିଁ । ଲୋକମାନେ ଏହାର ସୁଯୋଗ ନେବାକୁ ସେ ପରାମର୍ଶ ଦେଇଛନ୍ତି ।
ବିଏମସି କମିଶନର କହିଛନ୍ତି ଯେ ଶନିବାର ଠାରୁ ପରବର୍ତୀ ଆଦେଶ ପର୍ଯ୍ୟନ୍ତ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫର୍୍ୟୁ ରହିବ । ତେବେ ଗତକାଲି ଏହି ଘୋଷଣା ପରଠାରୁ ଲୋକମାନେ ଆବଶ୍ୟକୀୟ ଜିନିଷ କିଣିବାକୁ ଭିଡ ଲଗାଇଥିବାର ଦେଖିବାକୁ ମିଳିଛି । ସରକାରଙ୍କ ଘୋଷଣା ଅନୁଯାୟୀ ଅତ୍ୟାବଶ୍ୟକୀୟ ସାମଗ୍ରୀର ପରିବହନ ଓ ବିକ୍ରୀ ଉପରେ କୌଣସି କଟକଣା ନାହିଁ । ତେଣୁ ଲୋକମାନେ ଭୟଭୀତ ହୋଇ କିଣାକିଣି କରନ୍ତୁ ନାହିଁ । ସଂକ୍ରମଣକୁ ମନ୍ଥର କରିବାପାଇଁ ନାଇଟ୍ କର୍ଫ୍ୟୁ ଲଗାଯାଉଛି । ଲୋକମାନେ ଯଦି ଏଭଳି ଭିଡ ଜମାଇବେ ତାହାର କୌଣସି ସୁଫଳ ମିଳିବ ନାହିଁ । ରାଜଧାନୀ ବାସୀ କର୍ଫ୍ୟୁ ସମୟରେ ଅନଲାଇନ୍ କିଣାକିଣି କରିପାରିବେ । ହୋମ୍ ଡେଲିଭରି ଉପରେ ମଧ୍ୟ କୌଣସି ପତିବନ୍ଧକ ରହିବନି ।