କ୍ରିଷ୍-୪ ଓ ନୂଆ ମାସ୍କର ଝଲକକୁ ନେଇ ହିଣ୍ଟ୍ ଦେଲେ ହ୍ରିତିକ୍ ରୋଶନ

ମୁମ୍ୱାଇ : ଅଭିନେତା ହ୍ରିତିକ ରୋଶନ ତାଙ୍କ ଆଗାମୀ ଫିଲ୍ମକୁ ନେଇ ଫ୍ୟାନ୍ସମାନଙ୍କ ସହ ଏକ ଖୁସି ଖବର ସେୟାର କରିଛନ୍ତି। ସେ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ସହିତ ‘କ୍ରିଷ୍ ୪’ ବିଷୟରେ ଏକ ବଡ଼ ସୂଚନା ଦେଇଛନ୍ତି। ଅଭିନେତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ହ୍ରିତିକ ରୋଶନ ତାଙ୍କ ବ୍ଲକବଷ୍ଟର ସୁପରହିଟ୍ ଫିଲ୍ମ କ୍ରିଷର ୨୩ ତମ ବାର୍ଷିକୀ ପାଳନ ସମୟରେ ତାଙ୍କର ଆଗାମୀ ଫିଲ୍ମ ବିଷୟରେ କହି କ୍ୟାପସନରେ ଲେଖିଥିଲେ, ‘ଅତୀତରେ ଯାହା ହେବାକୁ ଥିଲା, ତାହା ହୋଇଗଲା। ଭବିଷ୍ୟତ କଣ ଆଣିବ ତାହା ଦେଖିବା ।‘ ୧୩ ସେକେଣ୍ଡର ଭିଡିଓ କ୍ଲିପ୍ରେ ହ୍ରିତିକ୍ ରୋଶନ୍ ପୁଣି ଏକ ସୁପରହିରୋ ଅବତାରରେ ନଜର ଆସିଛନ୍ତି । ଏହା ସହିତ ସେ କ୍ରିଷ୍ -୪ ଏବଂ ଏହାର ନୂଆ ମାସ୍କର ଝଲକ ମଧ୍ୟ ଦେଖାଇଛନ୍ତି ।
୨୦୧୯ ମସିହାରେ ହ୍ରିତିକ ରୋଶନ ପିଟିଆଇ ସହ ବାର୍ତ୍ତାଳାପରେ କହିଥିଲେ ଯେ ଫିଲ୍ମ ‘ୱାର’ ପରେ ସେ କ୍ରିଷ୍ -୪ ପାଇଁ ସୁଟିଂ ଆରମ୍ଭ କରିବେ। ତେବେ ତାଙ୍କ ବାପା ତଥା ନିର୍ଦ୍ଦେଶକ ରାକେଶ ରୋଶନ କ୍ୟାନ୍ସର ରୋଗରେ ଚିକିତ୍ସିତ ହେଉଥିବାରୁ ଏହା ହୋଇପାରି ନଥିଲା ଏବଂ ଏହି କାରଣରୁ ଉଭୟ ପ୍ରୋଜେକ୍ଟରେ ଆଗକୁ ବଢି ପାରିନଥିଲେ। ଯଦିଓ ବର୍ତ୍ତମାନ ରାକେଶ ରୋଶନ ଭଲ ଅଛନ୍ତି ଏବଂ ହ୍ରିତିକଙ୍କ ଏହି ସୂଚନାରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ଶୀଘ୍ର ଏହି କାମକୁ ଫେରିବେ। ପ୍ରଥମ ଥର ପାଇଁ ହ୍ରିତିକ ଫିଲ୍ମ ‘କ୍ରିଷ୍’ରେ ସୁପରହିରୋ ଅବତାରରେ ନଜର ଆସିଥିଲେ। ଏହି ଫିଲ୍ମଟି ୨୩ ଜୁନ୍ ୨୦୦୬ ରେ ରିଲିଜ୍ ହୋଇଥିଲା। ଏହା ହ୍ରିତିକଙ୍କ ପ୍ରଥମ ସାଉନ୍ସ ଫିକ୍ସନ୍ ଫିଲ୍ମ ‘କୋଇ ମିଲ୍ ଗୟା’ର ସିକ୍ୱେଲ୍ ଥିଲା । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ରାକେଶ ରୋଶନ। ହ୍ରିତିକଙ୍କ ସହ ପ୍ରିୟଙ୍କା ଚୋପ୍ରା, ରେଖା, ନାସିରୁଦ୍ଦିନ ଶାହା ମୁଖ୍ୟ ଭୂମିକାରେ ଥିଲେ। ୨୦୧୩ ରେ, କ୍ରିଷ୍ ୩ ହ୍ରିତିକଙ୍କ ସହ କଙ୍ଗନା, ପ୍ରିୟଙ୍କା ଚୋପ୍ରା ଏବଂ ବିବେକଙ୍କୁ ଦେଖିବାକୁ ମିଳିଥିଲା ।