ଗୁଜୁରାଟରେ ଲ୍ୟାଣ୍ଡଫଲ କଲା ସାମୁଦ୍ରିକ ବାତ୍ୟା ‘ତୌକତେ’

- ଘଣ୍ଟା ପ୍ରତି ୧୫୫-୧୬୫ ବେଗରେ ପବନ ବୋହୁଥିବା ନେଇ ସୂଚନା
ଅହମ୍ମଦାବାଦ : ଗୁଜୁରାଟରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କଲା ସାମୁଦ୍ରିକ ବାତ୍ୟା ‘ତୌକତେ’। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଟୁଇଟରେ ଲେଖାଯାଇଛି ଯେ, ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ଏବଂ ଏହା ଆଗାମୀ ୨ଘଣ୍ଟା ପର୍ଯ୍ୟନ୍ତ ଚାଲିବ। ତେବେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବା ସହ ଏବେ ଗୁଜୁରାଟରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ଏହା ସହ ଘଣ୍ଟା ପ୍ରତି ୧୫୫-୧୬୫ ବେଗରେ ପବନ ବୋହୁଥିବା ନେଇ ସୂଚନା ମିଳିଛି। ଭାରତ ପାଣିପାଗ ବିଭାଗ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ସମ୍ପର୍କରେ ଚେତାବନୀ ଦେବା ପରେ ଗୁଜୁରାଟ ସରକାର ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଏକ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ଏହା ସହ ଭାରତୀୟ ସେନା ୟୁନିଟ୍ ଏବଂ ଉଦ୍ଧାରକାରୀ ଦଳ ଯୋଗାଯୋଗର ଉପାଦାନ, ଇଞ୍ଜିନିୟର୍ ଟାସ୍କଫୋର୍ସ ସହିତ ରିଲିଫ୍ ଏବଂ ସମସ୍ତ ପ୍ରକାର ସହାୟତା ଯୋଗାଇବା ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି। ଲ୍ୟାଣ୍ଡଫଲକୁ ନଜରରେ ରଖି ସୋମବାର ସନ୍ଧ୍ୟା ୮ଟାରୁ ମଙ୍ଗଳବାର ସକାଳ ୫ଟା ପର୍ଯ୍ୟନ୍ତ ଅହମ୍ମଦାବାଦ ବିମାନ ବନ୍ଦର ବନ୍ଦ ରଖାଯାଇଛି।
#WATCH | Earlier visuals from Veraval – Somnath in Gujarat as the sea turned rough in wake of #CycloneTauktae.
— ANI (@ANI) May 17, 2021
Extremely severe cyclonic storm Tauktae lies close to the Gujarat coast. The landfall process has started and will continue during next 2 hours, says IMD. pic.twitter.com/7KojZcXS27
ବାତ୍ୟା ରାଜ୍ୟର ଉତ୍ତର ଓ ଉତ୍ତର-ପଶ୍ଚିମ ଅଭିମୁଖେ ଗତି କରୁଛି। ଏହାରି ପ୍ରଭାବରେ ଘଣ୍ଟା ପ୍ରତି ୧୬୫ ରୁ ୧୮୫ କିଲୋମିଟର ବେଗରେ ପବନ ବହିବା ଆରମ୍ଭ ହୋଇ ଯାଇଛି। ସ୍ଥଳଭାଗ ଯେତିକି ପାଖଉଛି ଗୁଜରାଟରେ ବର୍ଷାର ପରିମାଣ ବଢିବାରେ ଲାଗିଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ରେଡ୍ ଓ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ୨ ଘଣ୍ଟା ଧରି ଏହାର ପ୍ରକ୍ରିୟା ଚାଲିବ। ଏହାର ପ୍ରଭାବରେ ବ୍ୟାପକ କ୍ଷତି ଘଟିବାର ଆଶଙ୍କା କରାଯାଉଛି। ସ୍ଥିତିକୁ ଦୃଷ୍ଟିରେ ରଖି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଗାନ୍ଧୀନଗର ରାଜ୍ୟ ନିୟନ୍ତ୍ରଣ କକ୍ଷ ପହଞ୍ଚି ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଉପକୂଳବର୍ତ୍ତୀ ଅଞ୍ଚଳର ସ୍ଥିତି ସମୀକ୍ଷା କରିଛନ୍ତି। ଉପକୂଳବର୍ତ୍ତୀ ଅଞ୍ଚଳରେ ଦେଢ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବାତ୍ୟା ତାଉତେ ପ୍ରଭାବରେ ସମୁଦ୍ର ଉଚ୍ଚଜୁଆର ଆସିବା ଆରମ୍ଭ ହୋଇ ଯାଇଛି। ସ୍ଥଳଭାଗ ଛୁଇଁବା ଅର୍ଥାତ ଲ୍ୟାଣ୍ଡଫଲ୍ ପରେ ଏହାର ପ୍ରକୋପ ଦୁଇ ଘଣ୍ଟା ଧରି ଜାରି ରହିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୮୫ କିଲୋମିଟର ରହିବ। ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ପୋଲିସ, ଏନଡିଆରଏଫ, ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ଉଦ୍ଧାରକାର୍ଯ୍ୟ ପାଇଁ ଏନଡିଆରଏଫ ଯବାନଙ୍କୁ ମୁତୟନ କରାଯାଇଛି। ରାଜ୍ୟର ସମସ୍ତ ବିଭାଗକୁ ଆଲର୍ଟ କରାଯାଇଛି। କୋଭିଡ୍ ହସ୍ପିଟାଲ୍ ଓ ଅକ୍ସିଜେନ୍ ପ୍ଲାଣ୍ଟ୍ସ ଉପରେ ବିଶେଷ ନଜର ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମୁଦ୍ର ଉପକୂଳବର୍ତ୍ତୀ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଉତ୍ପନ ସ୍ଥିତିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର, ଗୁଜରାଟ ଓ ଗୋଆ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଡାମନ ଓ ଡିଉର ଉପ ରାଜ୍ୟପାଳଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ବାତ୍ୟା ପ୍ରଭାବରୁ ଗୁଜରାଟର ଅନେକ ଅଞ୍ଚଳରେ ଗଛ ଉପୁଡିବା ସହ ରାସ୍ତା ଧୋଇ ହୋଇ ଯାଇଛି। ଲୋକାଲ ଟ୍ରେନ ସେବା ପ୍ରଭାବିତ ହୋଇଛି। ବାତ୍ୟା ଗୁଜରାଟ ଛୁଇଁବା ପୂର୍ବରୁ କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଅଞ୍ଚଳ ଓ ଗୋଆରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ମୁମ୍ବାଇ ସହରର ଅନେକ ସ୍ଥାନରେ ଗଛ ଉପୁଡି ପଡିଛି। ପ୍ରବଳ ବର୍ଷା କାରଣରୁ ରାସ୍ତା ଉପରେ ପାଣିର ସୂଅ ଛୁଟୁଛି। ସହରର ଅନେକ ଅଞ୍ଚଳରେ ଜଳମଗ୍ନ ସ୍ଥିତି ଉପୁଜିଛି।