ଆଜିଠୁ ଗଞ୍ଜାମରେ ଘରକୁ ଘର ବୁଲି ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ୍

ଗଞ୍ଜାମ : ଗଞ୍ଜାମ ଜିଲାରେ ବୁଧବାର ଠାରୁ ଘରକୁ ଘର ବୁଲି ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ୍ କରିବେ ସ୍ୱାସ୍ଥ୍ୟକର୍ମୀ। ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ। ଏହି ପ୍ରକ୍ରିୟା ଆଗାମୀ ୩ ମାସ ପର୍ଯ୍ୟନ୍ତ ଚାଲୁ ରହିବ। ଆଶାକର୍ମୀ, ଏ.ଏନ୍.ଏମ୍. ଏବଂ ଅଙ୍ଗନବାଡି କର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯିବ।
ଶିଶୁମାନଙ୍କ ସ୍ୱାସ୍ଥ୍ୟବସ୍ଥା ଯେଭଳି ଠିକ୍ ଭାବେ ଅନୁଧ୍ୟାନ କରାଯାଇପାରିବ, ସେନେଇ ଜିଲ୍ଲାର ସମସ୍ତ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍ ସଂକ୍ରମଣରୁ ଶିଶୁମାନଙ୍କୁ ସ୍ବତନ୍ତ୍ର ସ୍ବାସ୍ଥ୍ୟ ସେବା,ସାମାନ୍ୟ ଲକ୍ଷଣଯୁକ୍ତ ଶିଶୁଙ୍କୁ ନିଜ ଘରେ ଏକାନ୍ତ ବାସରେ ରଖି ଚିକିତ୍ସା କରାଯିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ। ସେହିପରି ଗୁରୁତର ଅବସ୍ଥାକୁ ଆସିବା ଜଣାଗଲେ ସଂପୃକ୍ତ ଶିଶୁଙ୍କୁ ଚିକିତ୍ସାଳୟକୁ ନେଇ ଚିକିତ୍ସା କରିବାକୁ ପରାମର୍ଶ ଦିଆଯଇଛି। ଗଞ୍ଜାମ ଜିଲ୍ଲା ଗ୍ରୀନ ଜୋନ ରହିଥିଲେ ସୁଦ୍ଧା ତୃତୀୟ ଲହରୀରକୁ ଦୃଷ୍ଟିରେ ରଖି ଏପରି ବ୍ୟବସ୍ଥା କରାଯାଉଛି।ଆଜିଠୁ ଗଞ୍ଜାମରେ ଘରକୁ ଘର ବୁଲି ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ୍