କରୋନାରେ ସିବିଆଇ ପୂର୍ବତନ ନିର୍ଦ୍ଦେଶକ ରଣଜୀତ ସିହ୍ନାଙ୍କ ପରଲୋକ
ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା ହୁ ହୁ ହୋଇ ବଢିଚାଲିଛି । ସଂକ୍ରମଣ ଯେତେ ମାତ୍ରାରେ ବଢିବାରେ ଲାଗିଛି ମୃତ୍ୟ ସଂଖ୍ୟା ବି ବଢିଚାଲିଛି । ଏହାରି ମଧ୍ୟରେ ସିବିଆଇ ପୂର୍ବତନ ନିର୍ଦ୍ଦେଶକ ରଣଜୀତ ସିହ୍ନାଙ୍କ କରୋନାରେ ମୃତ୍ୟୁ ହୋଇଛି । ୬୮ ବର୍ଷୀୟ ସିହ୍ନା ଶୁକ୍ରବାର ଭୋର ୪.୩୦ରେ ଶେଷ୍ ନିଶ୍ୱାସ ତ୍ୟାଗ କରିଛନ୍ତି । ଗୁରୁବାର ରାତିରେ ରଞ୍ଜିତ ସିହ୍ନା କରୋନା ଭାଇରସ୍ ପଜିଟିଭ୍ ଥିବା ଜଣାପଡିଥିଲା ।
ସୂଚନା ଯେ, ୧୯୭୪ ବ୍ୟାଚର ଆଇପିଏସ ହେଉଛନ୍ତି ଶ୍ରୀ ସିହ୍ନା । ୨୦୧୨ ନଭେମ୍ୱର ୨୨ରେ ୨ ବର୍ଷ ପାଇଁ ତାଙ୍କୁ ସିବିଆଇ ମୁଖ୍ୟ କରାଯାଇଥିଲା । ଏହା ପୂର୍ବରୁ ସେ ରେଲଓ୍ୱେ ସୁରକ୍ଷା ବଳର ନେତୃତ୍ୱ ନେବା ସହ ପାଟନା ଓ ଦିଲ୍ଲୀ ସିବିଆଇ ବରିଷ୍ଠ ପଦବୀରେ ରହିଆସିଛନ୍ତି । ରଣଜିତ୍ ସିହ୍ନା ସିବିଆଇ ନିର୍ଦ୍ଦେଶକ, ଆଇଟିବିପି ଡିଜି ଭଳି ଅନେକ ପଦରେ କାର୍ଯ୍ୟ କରିଛନ୍ତି । ତାଙ୍କ ଜୀବନ କାଳମଧ୍ୟରେ ସେ ସିବିଆଇ ନିର୍ଦ୍ଦେଶକ, ଆଇଟିବିପି ଡିଜିସହ ଅନେକ ପଦ ପଦବୀରେ ରହିଆସିଛନ୍ତି । ତେବେ ତାଙ୍କ ବିରୋଧରେ ଭ୍ରଷ୍ଟାଚାର ମାମଲା ବି ରୁଜୁ ହୋଇଥିଲା । ଅଭିୟୋଗ ଥିଲା କି ସିବିଆଇ ନିର୍ଦ୍ଦେଶକ ପଦବୀରେ ଥିବାବେଳେ କୋଇଲା ଆବଣ୍ଟନ ଘଟଣାରେ ଯାଞ୍ଚ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଉଦ୍ୟମ କରିଥିଲେ । ସିହ୍ନାଙ୍କ ଭୁମିକା ଥିବା ସନ୍ଦେହ ହେବାରୁ ତାଙ୍କ ବିରୋଧରେ ତଦନ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।