ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ
ପାଳଙ୍ଗ :
ଅଷ୍ଟିଓ ପାରୋସିସ୍ ଯେ କୌଣସି ବୟସରେ ମଧ୍ୟ ହୋଇଥାଏ । ଏହା କ୍ୟାଲ୍ସିୟମ୍ ଅଭାବରୁ ହେବାର ସମ୍ଭାବନା ଅଧିକ । ତେଣୁ ୧କପ୍ ପାଳଙ୍ଗ ସାଗରେ ଦିନସାରାର ଅନ୍ୟ ଖାଦ୍ୟ ଅପେକ୍ଷା ଦେଢ଼ଗୁଣ ଅଧିକ ଭିଟାମିନ୍ ମିଳିଥାଏ । ପାଳଙ୍ଗ ଖାଇବା ଦ୍ୱାରା ଶରୀର ମଜ୍ଭୁତ ହେବା ସହିତ ଦୃଷ୍ଟିଶକ୍ତି ଭଲ ରହିଥାଏ । କାରଣ ପାଳଙ୍ଗରେ ଆଖିର ରେଟିନାକୁ ସୁରକ୍ଷିତ କରିବାର ଶକ୍ତିଥାଏ । ଷ୍ଟ୍ରବେରୀ ସହିତ ପାଳଙ୍ଗର ସାଲାଡ୍ ଶରୀରକୁ ଫିଟ୍ ରଖିଥାଏ ।
କିପରି ଖାଇବେ :
୪ କପ୍ କଟା ହୋଇଥିପା ପାଳଙ୍ଗ ୨କପ୍ ପତଳା ସ୍ଲାଇସ୍ ହୋଇଥିବା ଷ୍ଟ୍ରବେରୀ, ଏଥିରେ ୨ ଚାମଚ ଅଲିଭ୍ ଅଏଲ୍, ସିର୍କା, ଲୁଣ ଓ ଗୋଲମରିଚ ଗୁଣ୍ଡ ପକାଇ ଭଲଭାବରେ ହଲାନ୍ତୁ । ପରେ ଏହାକୁ ଖାଆନ୍ତୁ । ସୁପ୍ ପ୍ରସ୍ତୁତ କରୁଥିବା ସମୟରେ ନିଶ୍ଚୟ ଭାବରେ ସେଥିରେ ପାଳଙ୍ଗ ପକାନ୍ତୁ ।
ଭୁର୍ସୁଙ୍ଗା ପତ୍ର:
ଭୁର୍ସୁଙ୍ଗା ପତ୍ର ମସ୍ତିଷ୍କ ଓ ମାଂସପେଶୀକୁ ଶକ୍ତିଶାଳୀ ବନାଇଥାଏ । ଭୁର୍ସୁଙ୍ଗାପତ୍ର ପାଉଡରରେ ହଳଦୀ ମିଶାଇ ଏହାର ସେବନ କଲେ ଶରୀରରୁ ବିଷାକ୍ତ ତତ୍ତ୍ୱ ଚାଲିଯାଏ । ଫି-ର୍ୟାଡିକାଲ୍ସ୍ରୁ ମଧ୍ୟ ମୁକ୍ତି ମିଳିଥାଏ ।
କିପରି ଖାଇବେ:
ଅଧକପ୍ ଗରମ ପାଣିରେ ଅଧଚାମଚ ଭୁର୍ସୁଙ୍ଗାପତ୍ର ପାଉଡର ପକାଇ ସୁନେଲି କଲର ହେବା ପର୍ଯ୍ୟନ୍ତ ପକାଇ ରଖନ୍ତୁ । ଏହାପରେ ଗୋଲମରିଚ ଗୁଣ୍ଡ ପକାଇ ଦିଅନ୍ତୁ । ଚିକେନ୍ କରୁଥିବା ସମୟରେ ଏଥିରେ ଭୁର୍ସୁଙ୍ଗାପତ୍ର ଛୁଙ୍କ ଦେଇପାରିବେ । ଭୁର୍ସୁଙ୍ଗାପତ୍ରକୁ ଚଟେଣୀ କରି ଖାଇପାରିବେ ।
ଟମାଟର:
ସନ୍ସ୍କ୍ରିନ୍ ଲଗାଇବା ବଦଳରେ ଆପଣ ଟମାଟର ଲଗାଇପାରିବେ । ଯଦି ପ୍ରତିଦିନ ଜୋର୍ ଖରାରେ ବାହାରକୁ ଯାଉଛନ୍ତି ତେବେ ଟମାଟର ପେଷ୍ଟ ସହିତ ଅଲିଭ୍ ଅଏଲ୍ ମିଶାଇ ୧୦ ସପ୍ତାହ ପର୍ଯ୍ୟନ୍ତ ଚେହେରାରେ ଲଗାନ୍ତୁ । ଏହାଦ୍ୱାରା ୪୦ ପ୍ରତିଶତ ପର୍ଯ୍ୟନ୍ତ ସନ୍ବର୍ଣ୍ଣ ଚାଲିଯାଇଥାଏ
।
କିପରି ଖାଇବେ:
ରସୁଣକୁ କାଟି ସେଥିରେ କାକୁଡ଼ି ଓ ଓ ୪ଟି ଟମାଟର କାଟି ପକାନ୍ତୁ । ଏହାପରେ ଲେମ୍ବୁରସ, ଅଲିଭ୍ ଅଏଲ୍, ଗୋଲମରିଚ ଗୁଣ୍ଡ ଏବଂ ଲୁଣ ପକାଇ ଖାଆନ୍ତୁ ।