ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ କଟକଣା, ଆଜିଠାରୁ ନଦୀ ମୁହାଣ ଓ ସମୁଦ୍ରରେ ମାଛଧରା ନିଷେଧ
ଭୁବନେଶ୍ୱର : ଆଜିଠୁ ୭ ମାସ ପର୍ଯ୍ୟନ୍ତ ମାଛଧରା ଉପରେ କଟକଣା ଜାରି କରାଯାଇଛି। ମେ’ ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ସମୁଦ୍ରକୂଳରୁ ୨୦ କିଲୋମିଟର ପର୍ଯ୍ୟନ୍ତ ମାଛଧରା ନିଷେଧ କରାଯାଇଛି। ଏଥିସହ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସହ ଋଷିକୂଲ୍ୟା, ଧାମରା ଓ ଦେବୀ ନଦୀ ମୁହାଣରେ ମାଛ ଧରିବା ଉପରେ ରୋକ୍ ଲାଗିଛି।
ନଭେମ୍ବର ୧ତାରିଖ ଠାରୁ ମେ ୩୧ ତାରିଖ ଯାଏ ଗହୀର ମଥାକୁ ଶହ ଶହ ନଟିକାଲ ମାଇଲ ଅତିକ୍ରମ କରି ଦେଶ ବିଦେଶରୁ ଅଲିଭ ରିଡଲେ କଇଁଛ ବଂଶ ବିସ୍ତାର ପାଇଁ ଆସିଥାନ୍ତି । କଇଁଛମାନେ ପ୍ରଜନନ କରିବା ପରେ ଅଣ୍ଡା ଦେଇ ଛୁଆ ହେବା ପରେ ପୁଣି ନିଜ ନିଜ ଅଞ୍ଚଳକୁ ଫେରି ଯାଆନ୍ତି । ବିରଳ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ଦୃଷ୍ଟିରୁ ଟ୍ରଲର ଚଳାଚଳ ଯୋଗୁଁ କଇଁଛ ମରୁଥିବାରୁ ବନ ବିଭାଗ ଏଭଳି ପଦକ୍ଷେପ ନେଇଛି । ଏହି ଅଞ୍ଚଳରେ ତୀକ୍ଷ୍ଣ ନଜର ରଖିବା ସହ ସମୁଦ୍ର ଭିତରେ ଥିବା ସୀମାକୁ ଟପି ନିଷିଦ୍ଧାଞ୍ଚଳ ନଯିବାକୁ ମତ୍ସ୍ୟଜୀବୀ ମାନଙ୍କୁ ବନ ବିଭାଗ ନିବେଦନ କରିଛି ।