ଶୋଇବା ସମୟରେ ଏସବୁ ଜିନିଷ ପାଖରେ ରଖନ୍ତୁ ନାହିଁ
ଅନେକ ସମୟରେ ଅନେକ ଲୋକଙ୍କୁ ରାତିରେ ନିଦ ହୁଏ ନାହିଁ । ସେଥିପାଇଁ କେହି କେହି ନିଦ ବଟିକାର ସାହାଯ୍ୟ ବି ନିଅନ୍ତି । ନିଦ ନ ହେଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ହୋଇଥାଏ । ତେବେ ବେଳେବେଳେ ଦେଖାଯାଏ ଜଣେ ବ୍ୟକ୍ତିଙ୍କଠାରେ କୌଣସି ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ନଥିବା ସତ୍ତ୍ୱେ ତାଙ୍କୁ ରାତିରେ ନିଦ ହୁଏ ନାହିଁ । ଏପରି କ୍ଷେତ୍ରରେ ଘରର ବାସ୍ତୁ ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ । କିଛି ବାସ୍ତୁଦୋଷ ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହୋଇପାରେ । ସେଥିପାଇଁ କୌଣସି ବାସ୍ତୁ ବିଶେଷଜ୍ଞ ପରାମର୍ଶ ନେଲେ ଭଲ । ତେବେ ରାତିରେ ଶୋଇବା ବେଳେ କିଛି ବସ୍ତୁକୁ ନିଜଠାରୁ ଦୂରେଇ ରଖନ୍ତୁ । କାରଣ ବାସ୍ତୁଶାସ୍ତ୍ର ଅନୁସାରେ ଏଗୁଡ଼ିକ ନିଦ୍ରାକୁ ପ୍ରଭାବିତ କରନ୍ତି । ତା’ହେଲେ ଆସନ୍ତୁ ସେହି ସବୁ ବସ୍ତୁଗୁଡ଼ିକ କ’ଣ ଜାଣି ନେବା ।
- ଶୋଇବା ବେଳେ ଭୁଲ୍ରେ ବି ନିଜ ପର୍ସ କିମ୍ବା ଔଷଧକୁ ତକିଆ ପାଖରେ ରଖି ଶୁଅନ୍ତୁ ନାହିଁ ।
- ଖଟ ପାଖରେ ପାଣି ପାତ୍ର ରଖନ୍ତୁ ନାହିଁ । ଏହାଦ୍ୱାରା ଚନ୍ଦ୍ରମା ଜନିତ ଦୋଷ ଲାଗିଥାଏ ଓ ସ୍ନାୟୁଦୋଷ ଉତ୍ପତି ହୋଇଥାଏ ।
- ଶୋଇବା ପୂର୍ବରୁ ଖଟ ପାଖରେ ଚପଲ ରଖିବା ମଧ୍ୟ ଅନୁଚିତ୍ । ଏହାଦ୍ୱାରା ନକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ ।
- ଶୋଇବା ସମୟରେ ପାଖରେ କୌଣସି ଚାବି ରଖନ୍ତୁ ନାହିଁ ।
- ମୋବାଇଲ୍, ଲାପ୍ଟପ୍ ଆଦି ମଧ୍ୟ ଖଟ ଉପରେ ରଖନ୍ତୁ ନାହିଁ ।
- ତେଲ ବୋତଲ ପାଖରେ ରଖି ଶୁଅନ୍ତୁ ନାହିଁ । ବିଭିନ୍ନ ପ୍ରକାରର କଷ୍ଟକୁ ସାମ୍ନା କରିବାକୁ ପଡ଼ିପାରେ ।
- ଶୋଇବା ସମୟରେ ପାଖରେ ଆଇନା ରଖନ୍ତୁ ନାହିଁ । ଏହାଦ୍ୱାରା ରୋଗ ବିଥାଏ ଏବଂ ଦାମ୍ପତ୍ୟ କଳହ ମଧ୍ୟ ସୃଷ୍ଟି ହୁଏ ।