ଟି-୨୦ ବିଶ୍ୱକପ୍ ପାଇଁ ଇଂଲଣ୍ଡ ଦଳ ଘୋଷଣା

ଲଣ୍ଡନ: ପାଖେଇ ଆସୁଛି ଟି-୨୦ ବିଶ୍ୱକପ୍ । ଆସନ୍ତା ଅକ୍ଟୋବର ମାସରୁ ଆରମ୍ଭ ହେଉଥିବା ଟି-୨୦ ବିଶ୍ୱକପ ପାଇଁ ଆଜି ଇଂଲଣ୍ଡ କ୍ରିକେଟ ବୋର୍ଡ ଖେଳାଳିଙ୍କ ନାଁ ଘୋଷଣା କରିଛି । ବୋର୍ଡ ପକ୍ଷରୁ ଘୋଷଣା ହୋଇଥିବା ୧୫ ଜଣିଆ ସ୍କ୍ୱାଡରେ କିମ୍ବଦନ୍ତୀ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ନାଁ ନାହିଁ । ଅର୍ଥାତ ଟି-୨୦ ବିଶ୍ୱକପରେ ଇଂଲଣ୍ଡ ଷ୍ଟୋକ୍ସଙ୍କ ବିନା ମୈଦାନକୁ ଓହ୍ଲାଇବ ।
ମାନସିକ ସ୍ଥରରେ ଫିଟ ନଥିବା ଷ୍ଟୋକ୍ସ ଦୀର୍ଘଦିନ ହେଲାଣି କ୍ରିକେଟରୁ ବ୍ରେକ ନେଇଛନ୍ତି । ଲାଗୁଥିଲା ସେ ବିଶ୍ୱକପ ଜରିଆରେ ଜାତୀୟ ଟିମ୍କୁ ଫେରିବେ । ହେଲେ ମାନସିକ ସ୍ଥରରେ ସେ ଫିଟ୍ ହେବାକୁ ବୋର୍ଡ ଠାରୁ ଆଉ କିଛି ସମୟ ମାଗିଛନ୍ତି । ଏଥିପାଇଁ ତାଙ୍କୁ ଟି-୨୦ ବିଶ୍ୱକପ ସ୍କ୍ୱାଡରେ ସୁଯୋଗ ମିଳିନାହିଁ । ସେହିପରି ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚର ମଧ୍ୟ ବିଶ୍ୱକପ ସ୍କ୍ୱାଡରେ ନାହାନ୍ତି । ସେ ଆହତ ହୋଇଥିବାରୁ ଦଳରେ ତାଙ୍କୁ ସ୍ଥାନ ମିଳିନି । ତେବେ ଦୀର୍ଘ ୪ ବର୍ଷ ପରେ ଦଳକୁ ଫେରିଛନ୍ତି ବାମହାତୀ ଦ୍ରୁତବୋଲର ତୟମଲ ମିଲ୍ସ । ସେ ୨୦୧୭ ଫେବୃଆରୀ ମାସରୁ ଇଂଲଣ୍ଡ ପାଇଁ ଖେଳି ନଥିଲେ । କିନ୍ତୁ ଘରୋଇ ଟୁର୍ଣ୍ଣାମେଂଟରେ ମିଲ୍ସ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରୁଥିବାରୁ ତାଙ୍କୁ ଟି-୨୦ ବିଶ୍ୱକପର ୧୫ ଜଣିଆ ସ୍କ୍ୱାଡରେ ସୁଯୋଗ ମିଳିଛି । ୧୫ ଜଣିଆ ସ୍କ୍ୱାଡ ସହ ଷ୍ଟାଣ୍ଡବାଏରେ ଥିବା ୩ ଜଣ ଖେଳାଳିଙ୍କ ନାଁ ଆଜି ଘୋଷଣା ହୋଇଛି । ପୂର୍ବଭଳି ବିଶ୍ୱକପରେ ଇଂଲଣ୍ଡର କମାଣ ଇଓନ ମୋର୍ଗାନ ସମ୍ଭାଳିବେ । ଏହାବାଦ ଦଳରେ ମୋଇନ ଅଲୀ, ସାମ କୁରାନ, ଜୋଶ ବଟଲର, ଡାୱିଡ ମଲାନ ଓ ଜନ୍ନି ବେୟାରଷ୍ଟୋଙ୍କ ଭଳି ଖେଳାଳି ରହିଛନ୍ତି । ବୋଲିଂ ବାହିନୀରେ କ୍ରିସ ଜୋର୍ଡାନ, କ୍ରିସ ୱକ୍ସ, ଆଦିଲ ରଶିଦ, ମାର୍କ ଉଡ ଓ ଡାଭିଡ ୱିଲୀ ଅଛନ୍ତି ।
Happy with our @T20WorldCup squad? ? ? ?
— England Cricket (@englandcricket) September 9, 2021
More ? https://t.co/hzCrlFFSzj pic.twitter.com/3L7ee8WJTq
ଇଂଲଣ୍ଡ ସ୍କ୍ୱାଡ: ଇଓନ ମୋର୍ଗାନ(ଅଧିନାୟକ), ମୋଇନ ଅଲୀ, ସାମ ବିଲିଙ୍ଗସ, ତୟମଲ ମିଲ୍ସ, ଜାସନ ରୟ, ଜୋଶ ବଟଲର, ଜନ୍ନି ବେୟାରଷ୍ଟୋ, ଡାୱିଡ ମଲାନ, ଲିଆମ ଲିଭଙ୍ଗଷ୍ଟୋନ, କ୍ରିସ ୱକ୍ସ, ଡାଭିଡ ୱିଲୀ, କ୍ରିସ ଜୋର୍ଡାନ, ମାର୍କ ଉଡ, ଆଦିଲ ରଶିଦ ଓ ସାମ କୁରାନ ।
ଷ୍ଟାଣ୍ଡବାଏ: ଟମ କୁରାନ, ଜେମ୍ସ ଭେନିସ, ଲିଆମ ଡାୱସନ ।