ଭୁଲରେ ବି ଚା’ ସହିତ ଖାଆନ୍ତୁ ନାହିଁ ଏହି ଜିନିଷ, ହୋଇପାରେ ଏସବୁ ଶାରୀରିକ ସମସ୍ୟା
କୁହାଯାଏ କି ଚା’ ସହିତ କିଛି ନା କିଛି ସେବନ କରିବା ନିହାତି ଜରୁରୀ। ଖାଲି ଚା’ ପିଇଲେ ଗ୍ୟାସ୍ ସମସ୍ୟା ଦେଖାଯାଏ ବୋଲି କୁହନ୍ତି। ମାତ୍ର ଗବେଷଣାରୁ ଜଣା ପଡ଼ିଛି କି, ଏମିତି କିଛି ଜିନିଷ ଅଛି ଯାହାକୁ ଚା’ ସହିତ ଖାଇବା ଉଚିତ୍ ନୁହେଁ। ଚା’ ସହିତ ଏହାକୁ ଖାଇଲେ ତାହା ବିଷ ହୋଇଯାଇଥାଏ। ନହେଲେ ଭିଟାମିନ ଓ ମିନେରଲ୍ସର ଅବଶୋଷଣରେ ବାଧା ଆସିଥାଏ। ଯାହାଦ୍ବାରା ଆପଣଙ୍କ ରକ୍ତ କମିଯିବ, କୋଷ୍ଠକାଠିନ୍ୟ ଏବଂ ଆୟୋଡିନ କମ ହୋଇଯିବ। ଗବେଷକଙ୍କ କହିବାନୁସାରେ ଚା’ ସହିତ କଣ କଣ ଖାଇବା ଉଚିତ ନୁହେଁ ଆସନ୍ତୁ ଜାଣିବା।
ଅଣ୍ଡା: ବହୁତ ଜଣ ଅଣ୍ଡା ସହିତ ଚା’ ପିଇବାକୁ ପସନ୍ଦ କରନ୍ତି। ଏଭଳି ସେବନ କରିବା ଶରୀର ପକ୍ଷେ କ୍ଷତିକାରକ।କାରଣ ଚା’ ପତିରେ ଥିବା ଟୋନିକ ଏସିଡ୍ ଅଣ୍ଡାର ପ୍ରୋଟିନ ସହିତ ମିଶି ଟୋନିକ ଏସିଡ୍ ପ୍ରୋଟିନ ତିଆରି କରିଥାଏ। ଯାହା ପେରିଷ୍ଟାଲ୍ସିସର କାମକାର୍ଯ୍ୟ କୁ ଧୀମା କରିଦେଇଥାଏ।
ଆଇରନ୍ ଏବଂ ପ୍ରୋଟିନ ଯୁକ୍ତ ଖାଦ୍ୟ: ଆଇରନ୍ ଏବଂ ପ୍ରୋଟିନ ଯୁକ୍ତ ଖାଦ୍ୟକୁ ଚା ସହିତ ସେବନ କରିବା ଉଚିତ୍ ନୁହେଁ। ଚା’ ରେ ଟୋନିକ ଥାଏ ଯେଉଁ କାରଣରୁ ଚା’ର ରଙ୍ଗ ମାଟିଆ ହୋଇଯାଏ। ଏହି ପ୍ରକାରରେ ଗ୍ରିନ୍ ଟିରେ କୈଟେଚିନ୍ ଏବଂ ଫ୍ଲେବୋନାଇଡ଼୍ ରହିଥାଏ। ଯାହା ଟୋନିକର ଅନ୍ୟ ଏକ ରୂପ। ଏହି ସବୁ ତତ୍ତ୍ବ ଶରୀରରେ ପ୍ରୋଟିନ୍ ଏବଂ ଆଇରନର ଅବଶୋଷଣକୁ ରୋକି ପାରିବ।
ସବୁଜ ପନିପରିବା: ଏଥିରେ ଗ୍ରୋଇଟ୍ରୋଗନ୍ସ ଉପାଦାନ ଘଟିତ ହୋଇଥାଏ। ଆଉ ଏହି ଉପାଦାନ ଥାଇରଏଡ୍ ଗ୍ରନ୍ଥି ଦ୍ବାରା ଆୟୋଡ଼ିନର ଅବଶୋଷଣରେ ହସ୍ତକ୍ଷେପ କରିଥାଏ। ଯାହାଦ୍ବାରା ଆପଣଙ୍କୁ ଆୟୋଡ଼ିନ୍ କମ ହୋଇପାରେ।ସବୁ ପନିପରିବାରେ ବନ୍ଧାକୋବି, ଫୁଲକୋବି, ମୁଳା, ସୋରିଷ ବ୍ରୋକୋଲି, ସୋୟାବିନ୍ ଭଳି ପନିପରିବାରେ ଗ୍ରୋଇଟ୍ରୋଗନ୍ସ ଥାଏ।
ମିଠା ବିସ୍କୁଟ: ଚା ସହି ମିଠା ବିସ୍କୁଟ ଖାଇବା ଦ୍ବାରା ଆପଣ ଶରୀର ଖରାପ ହୋଇପାରେ। କାରଣ ମିଠାର ମାତ୍ରା ଶରୀରରେ ବଢ଼ିଯାଇଥାଏ। ଯାହା ଦ୍ବାରା ରୋଗ ପ୍ରତିରୋଧକ କ୍ଷମତା କମିଯାଏ। ଖାଇବାରେ ଚିନିର ମାତ୍ରା ଅଧିକ ହୋଇଗଲେ ତାର ପ୍ରଭାବ ତ୍ବଚା ଉପରେ ପଡ଼ିଥାଏ। ଏହା ଦ୍ବାରା ତ୍ବଚା ଶୁଖିଲା ଦିଶିବା ସହ ତ୍ବଚାରେ ଭଙ୍ଗପଣ ଆସିଥାଏ।