ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟରେ ଜିଲାସ୍ତରୀୟ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ବ୍ରିଟିଶ ହଲ ପ୍ରାଙ୍ଗଣରେ ଯୁକ୍ତ୨ କନିଷ୍ଠ ମହାବିଦ୍ୟାଳୟ ଓ ଫକୀରମୋହନ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ଏବଂ ରୋଟାରୀ କ୍ଲବର ମିଳିତ ସହଯୋଗରେ ଏକ ଜିଲାସ୍ତରୀୟ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ରଣା ସଭାପତି ଭାବେ ଦାୟିତ୍ୱ ବହନ କରି ସାମ୍ପ୍ରତିକ ପରିସ୍ଥିତିରେ ସ୍ୱାସ୍ଥ୍ୟ ସଚେତନତା ଉପରେ ବକ୍ତବ୍ୟ ରଖିଥିଲେ ।
ଶିବିରକୁ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ. ସନ୍ତୋଷ କୁମାର ରାଉତ ପରିଚାଳନା କରିଥିଲେ । ମୁଖ୍ୟଅତିଥି ଭାବେ ଫକୀର ମୋହନ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ଅଧ୍ୟକ୍ଷ ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ପ୍ରଭାତ ଚନ୍ଦ୍ର ଚୌଧୁରୀ ଯୋଗଦେଇ ସ୍ୱାସ୍ଥ୍ୟ ସୁରକ୍ଷା ହିଁ ଜୀବନ ରକ୍ଷା ବୋଲି ଅଭିହିତ କରିଥିଲେ । ମୁଖ୍ୟବକ୍ତା ଭାବେ ବାଲେଶ୍ୱର ରୋଟାରୀ କ୍ଲବର ସଭାପତି ସୌରଭ ବେହେରା ଯୋଗଦେଇ ସ୍ୱାସ୍ଥ୍ୟ ହିଁ ସମ୍ପଦ ଏହାର ସୁରକ୍ଷା ପ୍ରତ୍ୟେକ ନାଗରିକଙ୍କ ପ୍ରମୁଖ କର୍ତ୍ତବ୍ୟ ବୋଲି ଅଭିମତ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ରୋଟାରୀ କ୍ଲବର ସମ୍ପାଦକ ସୁକ୍ଷ୍ମୟ ଦାସ ଓ ଫକୀରମୋହନ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ଯୁବ କଲ୍ୟାଣ ଓ ସ୍ୱାସ୍ଥ୍ୟ ବିଭାଗର ସମ୍ପାଦକ ମଧୁସୂଦନ ବେହେରା ମଞ୍ଚରେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ସଚେତନତା ଉପରେ ଆଲୋକପାତ କରିଥଲେ । କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ରେଡକ୍ରସ ଅଫିସର ଅଧ୍ୟାପିକା ଅଞ୍ଜନା ବେହେରା ଓ କାଉନସିଲର ରାଜେଶ ଦେ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନା କରିବାରେ ସହଯୋଗ କରିଥିଲେ । ଶେଷରେ ଜିଲାର ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କର ଦାନ୍ତ, ଚକ୍ଷୁ ଓ ରକ୍ତରେ ହେମୋଗ୍ଲୋବିନ ବିଶେଷଜ୍ଞ ମାନକ ଦ୍ୱାରା କରାଯାଇ ବିଶିଷ୍ଟ ଡାକ୍ତର ମାନଙ୍କ ଦ୍ୱାରା ବିନା ଦେୟରେ ପରାମର୍ଶ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଫକୀରମୋହନ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ବିଷ୍ଣୁ ପ୍ରସାଦ ମହାନ୍ତି, ରମାକାନ୍ତ ମହାନ୍ତି, କଲ୍ୟାଣୀ ନନ୍ଦ, ପ୍ରଣିତା ମିଶ୍ର, ରାମ ପ୍ରସାଦ ପ୍ରଧାନ, ଭାସ୍କର ଜଟାଣିଆ, ସୁଧାଂଶୁ ଭୂୟାଁ, ପ୍ରଶାନ୍ତ ପାଢ଼ୀ, ଯଶୋଦା ନନ୍ଦନ ଆସ୍, କ୍ୟାପଟେନ ପ୍ରଦୀପ ପାଢ଼ୀ ଓ ବାଲେଶ୍ୱର ରୋଟାରୀ କ୍ଲବର ମାତୃଦତ୍ତ ଦାସ, ଉଦୟ ରଞ୍ଜନ ଦାସ, ସୁବ୍ରତ କର, ଚନ୍ଦନ ଚାନ୍ଦ ଓ କର୍ଣ୍ଣେଲ କ୍ଷେତ୍ର ମୋହନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।