ଗଙ୍ଗାନଦୀର ‘ହର କୀ ପୈରୀ’ରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁ
- ମହାବିଷୁବ ସଂକ୍ରାନ୍ତିରେ ତୃତୀୟ ସାହିସ୍ନାନ ଅନୁଷ୍ଠିତ
ହରିଦ୍ୱାର : ଦେଶବ୍ୟାପୀ କୋଭିଡ-୧୯ ସଂକ୍ରମଣ ଆତଙ୍କ ଖେଳାଇବାରେ ଲାଗିଥିବାବେଳେ ଏଠାରେ କୁମ୍ଭମେଳା ଅବସରରେ ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ତୃତୀୟ ସାହିସ୍ନାନ ଅନୁଷ୍ଠିତ ହୋଇଛି। ପୂର୍ବରୁ ମାର୍ଚ୍ଚ ୧୧ ତାରିଖରେ ପବିତ୍ର ମହାଶିବରାତ୍ରି ଅବସରରେ ପ୍ରଥମ ସାହିସ୍ନାନ ଅନୁଷ୍ଠିତ ହୋଇଥିଲା। ପରେ ଦ୍ୱିତୀୟ ସାହିସ୍ନାନ ଚଳିତ ମାସ ୧୨ ତାରିଖରେ ପଡିଥିଲା।
#KumbhMela: Devotees take a holy dip in river Ganga at Har Ki Pauri in Haridwar, Uttarakhand. pic.twitter.com/TUS2IMPcwb
— ANI (@ANI) April 13, 2021
ପ୍ରାପ୍ତ ସୂଚନା ଅନୁଯାୟୀ ଚଳିତ ବର୍ଷ କୁମ୍ଭମେଳା ଅବସରରେ ଏଠାରେ ଚାରିଟି ସାହିସ୍ନାନ ଏବଂ ୯ଟି ଗଙ୍ଗା ସ୍ନାନ ଆୟୋଜିତ ହେବ। କୁମ୍ଭମେଳା ସାଧାରଣତଃ ପ୍ରାୟ ଚାରିମାସ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବାବେଳେ ଚଳିତ ବର୍ଷ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ କାଟଛାଣ୍ଟ କରାଯାଇ ଏକମାସ କରାଯାଇଛି। ଇତିମଧ୍ୟରେ ଉତ୍ତରାଖଣ୍ଡରେ ଗତ ୨୪ ଘଣ୍ଟାରେ ନୂଆ ୧୯୨୫ ଜଣ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୧୨,୦୭୧କୁ ବୃଦ୍ଧିପାଇଛି।
#WATCH | Priests perform Ganga aarti at Har Ki Pauri in Haridwar, Uttarakhand.#KumbhMela2021 pic.twitter.com/Kc9Yko9niB
— ANI (@ANI) April 14, 2021
ସୂଚନାଯୋଗ୍ୟ ସୋମବାର ଶାହୀ ସ୍ନାନ ପୂର୍ବରୁ ସାଧୁ ସନ୍ଥଙ୍କ ସବୁଠାରୁ ବଡ଼ ପ୍ରତିଷ୍ଠାନ ଅଖିଳ ଭାରତୀୟ ଆଖଡ଼ା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି ସହିତ ପ୍ରାୟ ୬ ଜଣରୁ ଅଧିକ ସନ୍ଥ କୋଭିଡ-୧୯ ସଂକ୍ରମିତ ହୋଇଥିଲେ । ଫଳରେ ସୋମବତୀ ଅମାବାସ୍ୟା ଅବସରରେ ସୋମବାର କରୋନା କଟକଣା ମଧ୍ୟରେ ବୁଡ଼ ପକାଯାଇଥିଲା । ଏନେଇ ଉତ୍ତରାଖଣ୍ଡ କୁମ୍ଭମେଳା ଆଇଜି ସଂଜୟ ଗୁଂଜୟାଲ କହିଛନ୍ତି, ହର କୀ ପୈରୀରେ କେବଳ ଆଖଡ଼ା ପାଇଁ ସଂରକ୍ଷିତ । କୋଭିଡ ମାର୍ଗଦର୍ଶିକା ପାଳନ କରିବାକୁ ଆମେ ଲୋକଙ୍କ ଠାରେ ନିବେଦନ କରୁଛୁ । କିନ୍ତୁ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ସାମାଜିକ ଦୂରତା ରକ୍ଷା କରି ବୁଡ଼ ପକାଇବାକୁ ଲୋକଙ୍କ ନିକଟରେ ଅପିଲ କରାଯାଇଛି । ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରାୟ ୧୫ହଜାର ପୋଲିସ ମୁତୟନ ଅଛନ୍ତି ।